ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଧୂକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ଭ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ । ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ଆମେ ସମସ୍ତେ ଜାଣିଛେ କିଛି ଦିନ ହେବ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ନିରୀକ୍ଷଣ ପରେ ଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିଛନ୍ତି । ମନ୍ତ୍ରୀଙ୍କ ହୃଦ ରୋଗ ସମସ୍ୟା ରହିଛି । ତେବେ ମନ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ନାହିଁ ଏବେ ସେ ଠିକ୍ ଅଛନ୍ତି କିନ୍ତୁ ଦିଲ୍ଲୀ ଏମ୍ସ ରେ ଚିକିତ୍ସା ଦ୍ବାରା ସେ ଶୀଘ୍ର ଆରୋଗ୍ୟ ଲାଭ କରି ପାରିବେ ବୋଲି ଡାକ୍ତର ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହେବା ପାଇଁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କାରଣ ଦିଲ୍ଲୀରେ ଅଧିକ ସୁବିଧା ରହିଛି, ଅତ୍ୟାଧୁନିକ ଚିକିତ୍ସା କୌଶଳ ସେଠାରେ ରହିଥିବା ଯୋଗୁଁ ଡାକ୍ତର ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରିଛନ୍ତି ।


0 Comments