ଝାରସୁଗୁଡ଼ା ଜିଲ୍ଲା ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ , ୮ ଗିରଫ


 ଝାରସୁଗୁଡ଼ା ଜିଲ୍ଲା ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ , ୮ ଗିରଫ | 

ଝାରସୁଗୁଡ଼ା ଜିଲ୍ଲା ଅବକାରୀ ବିଭାଗ ବେଆଇନ ମଦ କାରବାର ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୮ ଗୋଟି ମାମଲା ରୁଜୁ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ଭୁଲିଆଟିକ୍ରା, ବନ୍ଦରପଡ଼ା ଓ ସରବେର୍ଣ୍ଣା ରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ସହ ୨୦୦ ଲିଟର ପୋଚ ଜବତ କରିଛି। ଏଥିରେ ସଂପୃକ୍ତ କ୍ରାନ୍ତି ଏକ୍କା, ପ୍ରେମା କିସାନ ଓ ସୁବାସିନୀ ଓରାମ ଙ୍କୁ ଗିରଫ କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାପ୍ତ ଅଭିଯୋଗ ଆଧାରରେ କୁକୁରଜଙ୍ଘା ଓ ହରେକୃଷ୍ଣପୁରରେ ଚଢ଼ାଉ କରି ୨୮ ଲିଟର ଦେଶୀ ମଦ ଜବତ ସହ ଈଶ୍ୱର ସାହୁ ଓ ମହେଶ ଭୋଇ ଙ୍କୁ ଗିରଫ କରାଯାଇଛି। ସେହି ପରି ଲଇକେରା ଅବକାରୀ ବିଭାଗ ନାଏକଡ଼ିହି, କେନ୍ଦୁଡ଼ିହି ଓ ତିଲେଇମାଲରେ ଚଢ଼ାଉ କରି ୨୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ରାଣୀ ଓରାମ , ବିରସେନ କିସାନ ଓ ସଞ୍ଜୟ ଭୋଗମ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ବେଆଇନ ନିଶା କାରବାର ବିରୋଧରେ ଅଭିଯାନ ଜାରି ରହିବ ବୋଲି ବିଭାଗ ସୂଚନା ଦେଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done