ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ


 -ଆସନ୍ତା ଶନିବାର ସିଭିଲ୍ କୋର୍ଟ ପରିସରରେ ହେବ ଶୁଣାଣି

ଝାରସୁଗୁଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୪, ୨୦୨୬ (ଶନିବାର) ଦିନ ଚଳିତ ବର୍ଷର ପ୍ରଥମ 'ଜାତୀୟ ଲୋକ ଅଦାଲତ' ଅନୁଷ୍ଠିତ ହେବାକୁ ଯାଉଛି। ସାରା ଦେଶ ସମେତ ଝାରସୁଗୁଡ଼ା ଜିଲ୍ଲା ସିଭିଲ୍ କୋର୍ଟ ପରିସରରେ ପୂର୍ବାହ୍ନ ୧୦:୦୦ ଘଟିକାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଆଲୋକମୟୀ ପ୍ରଧାନଙ୍କ ସୂଚନା ଅନୁସାରେ, ଏହି ଲୋକ ଅଦାଲତରେ କୋର୍ଟରେ ପଡ଼ି ରହିଥିବା ବିଭିନ୍ନ ବିଚାରାଧୀନ ମାମଲା ଏବଂ ପ୍ରି-ଲିଟିଗେସନ (କୋର୍ଟକୁ ଆସିବା ପୂର୍ବରୁ ଥିବା ବିବାଦ) ମାମଲାଗୁଡ଼ିକର ଆପୋଷ ସମାଧାନ କରାଯିବ। ବିଶେଷ କରି ବ୍ୟାଙ୍କ ଋଣ, ପାରିବାରିକ ବିବାଦ, ବିଦ୍ୟୁତ ଓ ପାଣି ବିଲ୍ ସମ୍ବନ୍ଧୀୟ ସମସ୍ୟା ଏବଂ ସାମାନ୍ୟ ଅପରାଧିକ ମାମଲାଗୁଡ଼ିକର ଶୀଘ୍ର ଫୈସଲା ପାଇଁ ସୁଯୋଗ ରହିଛି।

ଏହି ଜାତୀୟ ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପୂର୍ବକ ସଚେତନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି। ସାଧାରଣ ଜନତା ଏହାର ସୁଯୋଗ ନେଇ ନିଜର ବହୁ ଦିନର ବିବାଦକୁ ବିନା ଖର୍ଚ୍ଚରେ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମାଧାନ କରିବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done