ନୂଆ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଓଡ଼ିଶାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଗତ କିଛି ଦିନ ଧରି ହୃଦ୍ ଜନିତ ସମସ୍ୟା ପାଇଁ ଚିକିତ୍ସା ଚାଲିଥିବା ବେଳେ ଗତକାଲି ତାଙ୍କର ଏହି ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୩ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ, ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ଏବଂ ଆଞ୍ଜିଓଗ୍ରାଫି ପରେ, ତାଙ୍କ ହୃଦୟର ତିନୋଟି ଧମନୀରେ ଅବରୋଧ ଥିବା ଜଣାପଡିଥିଲା । ଉନ୍ନତ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ, ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏୟାରଲିଫ୍ଟ ଦ୍ୱାରା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।ଅସ୍ତ୍ରୋପଚାର ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ବର୍ତ୍ତମାନ ବିଶେଷଜ୍ଞ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛୁ ଏବଂ ସମର୍ଥକ ମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।


0 Comments