ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତି ଙ୍କୁ ଛୁରା ରେ ଆକ୍ରମଣ, ମହିଳା ମୃତ, ସ୍ୱାମୀ ଗୁରୁତର


 ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତି ଙ୍କୁ ଛୁରା ରେ ଆକ୍ରମଣ, ମହିଳା ମୃତ, ସ୍ୱାମୀ ଗୁରୁତର ଅବସ୍ଥାରେ ଉଦ୍ଧାର। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । କାରଣ ଅସ୍ପଷ୍ଟ । ଦମ୍ପତି ରେଳ ଷ୍ଟେସନରେ ନିକଟରେ ଏଣେ ତେଣେ ପ୍ଲାଷ୍ଟିକ ଓ ଲୁହା ସଂଗ୍ରହ କରନ୍ତି ବୋଲି ସୂଚନା ମିଳିଛି । ଘଟଣା ଟି GRP ଥାନାରେ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନାନୁସାରେ ଦମ୍ପତି ଦ୍ଵୟ ରେଙ୍ଗାଲୀ ଷ୍ଟେସନରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ପ୍ଲାଷ୍ଟିକ ଗୋଟାଇ ଆସିଥିଲେ। ସେଠାରୁ ସେ ସେହି ଅଳିଆ ପ୍ଲାଷ୍ଟିକ ଗୁଡ଼ିକ ବିକ୍ରି କରି ୭୫୦ଟଙ୍କା ପାଇଥିଲେ। ତେବେ ସେଠାରୁ ପଇସା ନେଇ ଫେରୁଥିବା ସମୟରେ ଟ୍ରେନ ୱାସିଂ ପ୍ଲାଟଫର୍ମ ପାଖରେ ଜଣେ ଦୁର୍ବୁତ୍ତ ଆସି ଛୁରିରେ ଆକ୍ରମଣ କରିଥିଲା, ନିଜ ସ୍ଵାମୀଙ୍କୁ ବଞ୍ଚେଇବାକୁ ଯାଇ ସ୍ତ୍ରୀର ଛାତିରେ ଛୁରୀଟି ବାଜି ଯାଇଥିଲା ଫଳରେ ସ୍ତ୍ରୀ ସେଠାରେ ହିଁ ଟଳି ପଡ଼ିଥିଲେ। ଏବଂ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ GRP ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରୁଛନ୍ତି GRP ପୋଲିସ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done