ଉଲାପଗଡ଼ ଠାରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


 ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଉଲାପଗଡ଼ ଠାରେ ଅନୁଷ୍ଠିତ ।

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର  ବନାଞ୍ଚଳ ର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ ସ୍ଥଳୀ ଉଲାପ ଗଡ ଠାରେ ବୁଧବାର  ଦିନ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ତଳୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରଜରାଜନଗର ରେଞ୍ଜ ଅଫିସର ରେ ରେସନା ଜାମୁଡାଲିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଥିବା  କାର୍ଯ୍ୟକ୍ରମ ରେ  ମୂଖ୍ୟ  ଅତିଥି ଭାବରେ   ଝାରସୁଗୁଡ଼ା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରହ୍ଲାଦ ନାୟକ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିବେଶ ସମିତି ର  ଆଜୀବନ ସଭ୍ୟ ବିଜୟ ବେହେରା, ବେଣୁଧର ଚୌଧୁରୀ, ଗୋବିନ୍ଦ ସକୁନିଆ,ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ,ଇକୋ କ୍ଲବ ମାଷ୍ଟର ଟ୍ରେନର  ହମିଦ କୁମାର ମହାପାତ୍ର, ଏଇତ ଜୀବନ ଅନୁଷ୍ଠାନର ସଭାପତି ମାନସୀ ପଣ୍ଡା, ବରିଷ୍ଠ ସାମ୍ବାଦିକ ଉପନ ସାହୁ, ଏଇତ ଜୀବନ ର ଉପଦେଷ୍ଟା ଦିପ୍ତୀ ବେହେରା,  କବି ଅଞ୍ଜଳୀ ପଟ୍ଟନାୟକ, ପ୍ରିୟା ରାୟ, ଜ୍ୟୋସ୍କାମୟୀ ନାୟକ,ସରପଞ୍ଚ ପିପିଲି ମାଲ ରଙ୍ଗାଧର ଡିଲା, ରେଞ୍ଜର ବେଲପାହାଡ଼ ବନାଞ୍ଚଳ ପ୍ରଦୀପ ନାୟକ, ନରସିଂହ ବିଦ୍ୟାଳୟ ଛୁଆଳି ବେର୍ଣ୍ଣା ର ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଝାରୁ ଭଏଁସାଲ, ପଞ୍ଜାନନ ପାଣିଗ୍ରାହୀ  ଉପସ୍ଥିତ ଥିଲେ।  ସମସ୍ତ ଅତିଥି ପିକନିକ ସ୍ଥଳରେ  ପ୍ଲାଷ୍ଟିକ ବ୍ୟବହାର କୁ କେମିତି କମ୍ କରିପାରିବା ତା ଉପରେ ଆଲୋକପାତ କରିଥିଲେ। ଐତିହାସିକ ଉଲାପ ଗଡ଼ କୁ କିପରି ପ୍ଲାଷ୍ଟିକ ମୁକ୍ତ କରିପାରିବା ସେ ବିଷୟ ରେ ନିଜ ନିଜ ର ମତବ୍ୟକ୍ତ କରିଥିଲେ। ଇକୋ କ୍ଲବ ମାଷ୍ଟର ଟ୍ରେନର ହମିଦ କୁମାର ମହାପାତ୍ର  ସମସ୍ତ ଅତିଥି, ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁ ପ୍ଲାଷ୍ଟିକ ମୁକ୍ତ ଶପଥ ପାଠ କରାଇଥିଲେ। ଏକ ରାଲି କରି ବିଭିନ୍ନ ସ୍ଲୋଗାନ ଦ୍ୱାରା ଲୋକ ମାନଙ୍କୁ ସଚେତନତା କରାଯାଇଥିଲା ଏବଂ ଶେଷରେ ସମସ୍ତେ ମିଶି ଉଲାପଗଡ଼ ପରିସରକୁ  ସଫା କରିଥିଲେ। ପାଲା ଏବଂ ନୃତ୍ୟ  ପରିବେଷଣ କରି ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ଏଥିରେ ସ୍ଥାନୀୟ ସେଳ୍ପ ହେଲ୍ପ ଗ୍ରୁପ୍ ର ମହିଳା, ନରସିଂହ  ବିଦ୍ୟାଳୟ ଛୁଆଳିବେର୍ଣ୍ଣା ଓ ବେଲପାହାଡ଼ ଜୁନିଅର କଲେଜ  ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ  ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ପୂର୍ବରୁ ବନାଞ୍ଚଳ ଦ୍ୱାରା ଆୟୋଜିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବ୍ରଜରାଜନଗର ବନାଞ୍ଚଳ ର ଫରେଷ୍ଟର  ଅଜୟ ବିଶ୍ୱାଲ, ସଞ୍ଜିତ ଚୌଧୁରୀ, ସରୋଜ କୁମାର ଭୋଇ, ଉପେନ୍ଦ୍ର ବେସନ, ସରୋଜ ନାୟକ, ଫରେଷ୍ଟ ଗାର୍ଡ କିଶୋର ଶଣ୍ଡ, କାଜୋଲ ଶର୍ମା, ରିମା ପଟେଲ, ସୋନମ ପଟେଲ, ସଙ୍ଘମିତ୍ରା ସାମଲ, ସୁରେଶ ତରାଇ , ଟ୍ୱିଙ୍କଲ ଭଏଁସା ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done