ବିଚ୍ଛିନ୍ନ ପରିବାରକୁ ଏକାଠି କରୁଛି ‘ସ୍ନେହ ସେତୁ ; ୪ ବର୍ଷ ପରେ ପରିବାରକୁ ଫେରିଲେ ଉତ୍ତରପ୍ରଦେଶର ସବା ନୁର


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ନିଜସ୍ଵ ‘ସ୍ନେହ ସେତୁ’ ଅଭିଯାନ ଏବେ ଅନେକ ବିଚ୍ଛିନ୍ନ ପରିବାର ପାଇଁ ଆଶାର ଆଲୋକ ସାଜିଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାନବୀୟ ଆଭିମୁଖ୍ୟ ଯୋଗୁଁ ପୁଣି ଜଣେ ନିଖୋଜ ବ୍ୟକ୍ତି ନିଜ ପରିବାରକୁ ଫେରି ପାଇଛନ୍ତି।  ଏହି ଅଭିଯାନର ନିରନ୍ତର ପ୍ରୟାସ ଯୋଗୁଁ ଆଜି ଉତ୍ତରପ୍ରଦେଶର ସବା ନୁର ନାମ୍ନୀ ଜଣେ ମହିଳା ଦୀର୍ଘ ୪ ବର୍ଷ ପରେ ନିଜ ପରିବାର ସହ ପୁନର୍ମିଳିତ ହୋଇଛନ୍ତି। 

ସୂଚନା ଅନୁଯାୟୀ, ସବା ନୁରଙ୍କୁ ସମ୍ବଲପୁରର ହୀରାକୁଦ ପୋଲିସ ଉଦ୍ଧାର କରିବା ପରେ ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଯତ୍ନ ନିଆଯାଉଥିଲା। ସେଠାରେ ତାଙ୍କୁ ଆବଶ୍ୟକୀୟ କାଉନସେଲିଂ ପ୍ରଦାନ କରାଯିବା ସହ ତାଙ୍କ ଘରର ଠିକଣା ଖୋଜିବା ପାଇଁ ‘ସ୍ନେହ ସେତୁ’ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସବାଙ୍କ ପରିବାର ସଦସ୍ୟମାନେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଏକ ଭାବପୂର୍ଣ୍ଣ ପରିବେଶରେ ତାଙ୍କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ତାଙ୍କୁ ପାଖରେ ପାଇ ପରିବାର ଲୋକେ ପ୍ରଶାସନ ଓ ‘ସ୍ନେହ ସେତୁ’ ଅଭିଯାନକୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ପୁନର୍ବାସ କ୍ଷେତ୍ରରେ ‘ସ୍ନେହ ସେତୁ’ ଏକ ମାଇଲଖୁଣ୍ଟ ଭାବେ ଉଭା ହୋଇଛି, ଯାହା ନିରନ୍ତର ଭାବେ ଅସହାୟ ଲୋକଙ୍କୁ ନିଜ ଆତ୍ମୀୟଙ୍କ ସହ ଯୋଡ଼ିବାରେ ସଫଳ ହେଉଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done