ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ଲାଇକେରା ବ୍ଲକ ଗସ୍ତ କରି ବିଭିନ୍ନ ଶିକ୍ଷା ଓ ଭିତ୍ତିଭୂମି ପ୍ରକଳ୍ପର ତଦାରଖ କରିଛନ୍ତି। ଗସ୍ତ ସମୟରେ ଜିଲ୍ଲାପାଳ ପ୍ରଥମେ ଜାମମାଲ ଗ୍ରାମ ପଞ୍ଚାୟତର ଗଞ୍ଜୁଡିହି ଗ୍ରାମରେ ପହଞ୍ଚି ନିର୍ମାଣାଧୀନ ହକି ଷ୍ଟାଡିୟମର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ଷ୍ଟାଡିୟମ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ଜାମମାଲ ପଞ୍ଚାୟତ ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ପାଠପଢା ଏବଂ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଜିଲ୍ଲାପାଳ ଜାମମାଲସ୍ଥିତ ଜଗନ୍ନାଥ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ଲାଇକେରା ବିଡ଼ିଓ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିଥିଲେ।


0 Comments