ବୈଠକରେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା— 'ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା', 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଏବଂ 'ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା' ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା। ପ୍ରାଣୀ ପାଳକମାନେ କିଭଳି ସହଜରେ ଏହି ଯୋଜନାଗୁଡ଼ିକର ସୁଫଳ ପାଇପାରିବେ ଏବଂ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ସହ ଅନ୍ୟାନ୍ୟ ପ୍ରାଣୀଜ ସମ୍ପଦର ଅଭିବୃଦ୍ଧି ଘଟିବ, ସେଥିପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆର. ସୁଟ୍, ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ ଶ୍ରୀ ସଞ୍ଜୀବ ପଟେଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଦୟାସାଗର ଦୁରିଆ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁଧାଂଶୁ ଶେଖର ଦାଶ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅରବିନ୍ଦ ଜେନା, ସାମୁଲ୍ (SAMUL) ଜେନେରାଲ ମ୍ୟାନେଜର ଡ ସରୋଜ ସାହୁ, ଜିଲ୍ଲା ପ୍ରକଳ୍ପ ପରିଚାଳକ ପୁଷ୍ପଶ୍ରୀ ନାୟକ, କୃଷି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଜି.ଏସ୍ ବେହେରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନନ୍ଦ, ଏସିଏଫ୍ ଶ୍ରୀ ଲଳିତ କୁମାର ନାୟକ ଏବଂ ଉଦ୍ୟାନ କୃଷି ବିଭାଗର ଉପ-ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ।


0 Comments