ବ୍ରଜରାଜନଗର ଡିଭିଜନ ଅଞ୍ଚଳରେ ୧୮ ରୁ ୨୦ ଘଣ୍ଟା ଧରି ଲୋଇସିଂହ ଫିଡର ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଛି।


 ଟାଟା ପାୱାର ର କଥା ପ୍ରବଳ କାମ ଦୁର୍ବଳ। ବିଦ୍ୟୁତ ସରବରାହ କ୍ଷେତ୍ରରେ ଭିତ୍ତିଭୂମି ସଜାଡ଼ିବାରେ ରାଜ୍ୟ ସରକାର ଙ୍କ ଠାରୁ ମୋଟା ଅଙ୍କର ଅଟକଳ ହେଉଥିବା ବେଳେ ଏହା ତୃଣମୂଳ ସ୍ତରକୁ ପହଁଚି ପାରୁନାହିଁ। ଅବସ୍ଥା ଏପରିକି ନା ପବନ ନା ଝଡ଼ ଏବଂ ବ୍ରଜରାଜନଗର ଡିଭିଜନ ଅଞ୍ଚଳରେ ୧୮ ରୁ ୨୦ ଘଣ୍ଟା ଧରି ଲୋଇସିଂହ ଫିଡର ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଛି। ଅନେକ ଖର୍ଚ୍ଚର ବାହାସ୍ପଟ ମାରୁଥିବା ଟାଟା ପାୱାର ୱେଷ୍ଟର୍ନ ଓଡିଶା ଡ଼ିଷ୍ଟ୍ରୀବ୍ୟୁସନ କମ୍ପାନୀ ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହୋଇଥିବା ବ୍ରଜରାଜନଗର ଡିଭିଜନ ଅଞ୍ଚଳର ଲୋଇସିଂହ ଫିଡର ୧୧ କେଭି ବିଦ୍ୟୁତ ତାର ଛିଣ୍ଡିବା ଏବଂ ଏହା ୧୮ ରୁ ୨୦ ଘଣ୍ଟା ଧରି ମରାମତି ନହେବାରୁ ସ୍ୱଷ୍ଟ ବାରିହେଉଛି। ତେବେ ବୁଧବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରହାରାଜନଗର ଡିଭିଜନ ଗାନ୍ଧିଛକ ଗ୍ରୀଡର ଲୋଇସିଂହ ଫିଡର ର ବାରଖଣ୍ଡିଆ ନିକଟରେ ଏକ ୧୧ କେଭି ତାର ବିନା ପବନରେ ଛିଣ୍ଡି ପଡିଥିଲା। ଫଳରେ ସମଗ୍ର ଅଞ୍ଚଲ ଅନ୍ଧାର ହୋଇଯାଇଥିଲା। ତାର ଛିଣ୍ଡି ଏକ ଶୁଖିଲା ଗଛରେ ପଡିବା ଫଳରେ ଗଛଟି ହୁତୁହୁତୁ ହୋଇଜଳି ଯାଇଥିଲା। ତେବେ ଏହା ଫଳରେ ସମଗ୍ର ଅଞ୍ଚଳର ହଜାର ହଜାର ବିଦ୍ୟୁତ ଗ୍ରାହକ ରାତି ସାରା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା ଅଭିଯୋଗ କରିବା ସହ ଟାଟା ପାୱାର ର ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done