ବେଦାନ୍ତ ଲିମିଟେଡ୍‌ରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସମୀକ୍ଷା

 

ଝାରସୁଗୁଡା:  ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ସପ୍ତମ ଷ୍ଟାଣ୍ଡିଂ କମିଟି ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଲିମିଟେଡ୍ ପରିଦର୍ଶନ କରି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କମିଟିର ସଦସ୍ୟ  ବିଧାୟକ ଡକ୍ଟର ସି.ଏସ୍. ରାଜନ୍ ଏକ୍କା,  ଟଙ୍କଧର ତ୍ରିପାଠୀ,  ସୀତାଂଶୁ ଶେଖର ମହାପାତ୍ର ଏବଂ  ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାପାଳ  କୁଣାଲ ମୋତିରାମ ଚହ୍ବାଣ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)  କିଶୋର ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ଶିଳ୍ପ ପରିଚାଳନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ବିଶେଷ କରି ଶିଳ୍ପାଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା, କର୍ମଚାରୀଙ୍କ ନିରାପତ୍ତା ଓ କାରଖାନାର ସୁରକ୍ଷା ନିୟମାବଳୀ ଏବଂ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଜନସାଧାରଣଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଏହି ବୈଠକରେ ତଦାରଖ କରାଯାଇଛି।

ଏହି ଆଲୋଚନା ସମୟରେ କମିଟି ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପରିବେଶ ସୁରକ୍ଷା ପାଇଁ ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିଭଳି କାରଖାନା ପରିସରରେ ଶୂନ୍ୟ ଦୁର୍ଘଟଣା ନୀତିକୁ କଡ଼ାକଡ଼ି ପାଳନ କରିବା ଏବଂ ସି.ଏସ୍.ଆର୍ ପାଣ୍ଠିକୁ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଅଧିକରୁ ଅଧିକ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିୟମର କୌଣସି ପ୍ରକାର ଖିଲାପ ନକରି ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ କମିଟି ପକ୍ଷରୁ ବେଦାନ୍ତର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done