ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଅର୍ଡ଼ା ଆଶ୍ରମ ବିଦ୍ୟାଳୟର ଖେଳ ଶିକ୍ଷକ ନିର୍ମଳ କୁମାର ସାହୁ ଗତ ଡିସେମ୍ବର ମାସରେ ଅବସର ଗ୍ରହଣ କରିଥିଲେ।ସେ ଜଣେ ବ୍ଳକର ଶ୍ରେଷ୍ଠ ଖେଳ ଶିକ୍ଷକ ଭାବରେ ପରିଚିତ ଥିଲେ। ତାଙ୍କ ସମୟରେ ଅର୍ଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖେଳ ଓ କ୍ରିଡାରେ ଭଲ ପ୍ରଶିକ୍ଷଣ ଦେଇ ବ୍ଳକ,ଜିଲ୍ଲା ଓ ରାଜ୍ୟସ୍ତରରେ ଭଳ ପ୍ରଦର୍ଶନ କରି ସ୍କୁଲ ଓ ବ୍ଳକର ନାମ ରଖିଛନ୍ତି। ଏହି ଅବସରରେ ବ୍ଳକ ସ୍ତରୀୟ ବ୍ଳକରେ ଥିବା ୯ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନଙ୍କ ପକ୍ଷରୁ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ଦକ୍ଷତା ବିଷୟରେ ମତବ୍ୟକ୍ତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବରେ ସୋଢ଼ାମାଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫ ଯୋଗ ଦେଇଥିଲେ । ଏଥିରେ ଅର୍ଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ,ବନ୍ଧପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟେଲ , ଭାଲୁପତ୍ରା ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାନ୍ତି, କାଦୋବାହାଲ ପ୍ରଧାନ ଶିକ୍ଷକ ବିଶେଶ୍ଵର ଜଯୁପୁରିଆ,ବାଗଡିହି ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା କିସାନ,ଭଉଁରା ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର,ସୁଲାହୀ ପ୍ରଧାନ ଶିକ୍ଷକ କ୍ଷୀରୋଦ୍ର ସିଂହ, ଅର୍ଡ଼ା ପଞ୍ଚାୟତ ପ୍ରଧାନ ଶିକ୍ଷକ ର୍ଜ୍ୟୋତିମୟ ସଡଔାଲ , କିର୍ମିରା ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂହ ଯୋଗ ଦେଇଥିଲେ।


0 Comments