ଝାରସୁଗୁଡା ଦକ୍ଷିଣ ପୂର୍ବ ହାୱାଡା ବମ୍ବେ ଚକ୍ରଧରପୁର ଡିଭିଜନ ଧୁତରା ରେଳଷ୍ଟେସନ ନିକଟସ୍ଥ ସାରସମାଳର ବିଳରେ କେହି ଜଣେ ଦୂର୍ବୣତ୍ତ ନିଆଁ ଲଗେଇ ଦେଇଥିଲା । ବିଳରେ ସମସ୍ତ ନଢା,ପୁଆଳ, ଶୁଖାକାଠ, ଗଛପତ୍ର ହୁତୁହୁତୁ ହୋଇ ଜଳୁଥାଏ । ଯାହାକି ଦୈନିକ ଗୋପାଳପୁରସ୍ଥିତ ଲାଇକେରାରୁ ଧୁତରା ରେଳଷ୍ଟେସନ ଦେଇ ଯାତାୟାତ କରୁଥିବା କୋଇଲା ବୋଝେଇ ମାଳଗାଡି ପାଇଁ ଭାରିବିପଦ ହୋଇ ପଡ଼ିଥିଲା । ଏହାସହିତ ଶହେ ଦୁଇଶହ ମିଟର ଅନ୍ତରାଳରେ ଥିବା ଆଇଓସିଏଲ ତଥା ଗାଁ, ସହର ଜିଲ୍ଲା ଓ ଅଞ୍ଚଳ ପାଇଁ ପାଇଁ ବଡ ମାରାତ୍ମକର କାରଣ ହୋଇଥିଲା । ନିଆଁ ଲାଗିବା କ୍ଷଣି ୧୧୨ ଅଗ୍ନିନିର୍ବାପକ ଦମକଳ ସହ ସଦଳବଳର ଉପସ୍ଥିତିରେ ନିଆଁ ଲିଭା କାର୍ଯ୍ୟ ସମ୍ବବ ହୋଇପାରିଥିଲା । ନଚେତ ବଡ଼ ଧରଣର ବିପତ୍ତି ଘଟିବାରେ କିଛି ସନ୍ଦେହ ନ ଥିଲା l ଥରେ ନୁହେଁ ଦୁଇଥର ନୁହେଁ, ପ୍ରତ୍ୟେକ ବର୍ଷ ଏହି ସମୟରେ ଅଞ୍ଚଳରେ କିଛି ରେଳ ହେଉ କିମ୍ଵା କୌଣସି ସରକାରୀ ବେସରକାରୀ, ଠିକାଦାରୀ କାର୍ଯ୍ୟର ସଫାସୁତୁରା ପାଇଁ ଅଞ୍ଚଳ ର ବିଳବାଡି ସହ ଜମି ମାନଙ୍କରେ ନିଆଁ ଲଗାଇ ଦିଆଯାଇଥାଏ । ଯାହା ଫଳରେ କ୍ଷେତରେ ବଡବଡ ଗଛଲତା, ଜୀବଜନ୍ତୁ, କୀଟପତଙ୍ଗ, ସରୀସୣପ ଜଳି ପୋଡି ଛାଗ ଖାର ହୋଇ ଯାଉଥିବାର ନଜିରରେ ଆସୁଛି । ଆସନ୍ତା ଦିନରେ ଏଥିପ୍ରତି ଦୃଷ୍ଟି ନ ଦେଲେ ବଡ଼ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ ବୋଲି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମହଳରେ ଚିନ୍ତାର ବିଷୟ ହୋଇଯାଇଛି। ଏଣୁ ଏଥିପ୍ରତି ଉଚ୍ଚ ପ୍ରଶାସନିକ କତ୍ତୣପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି ।


0 Comments