ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡ଼ତିଆଙ୍କ କର କମଳରେ ଦୀପ ପ୍ରଜ୍ବଳନ ରୂପକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି ।ଉତ୍ସରେ ନିମନ୍ତ୍ରୀତ ଅନ୍ୟ ଅତିଥିଙ୍କ ମଧ୍ୟରେ ଝାରସୁଗୁଡା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ପଟେଲ ୱାର୍ଡ ନଂ-୦୯ ର କାଉନସିଲର ଶ୍ରୀମତୀ ପ୍ରତିମା ଭୈଷାଲ, ବରିଷ୍ଠ ଆଇନଜୀବୀ ରଘୁମଣି ପଟେଲ, ଅଶୋକ କୁମାର ଦାସ, ପ୍ରଧାନ ଆଚାର୍ଯ୍ୟା ମମତା ସିଂହ ଓ ବିଦ୍ୟାଳୟ ସମ୍ପାଦକ ଦିଗାମ୍ବର ମାଝୀ ଆଦି ମଂଚାସୀନ ରହିଥିଲେ । ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ମାଝୀ ମଞ୍ଚାସୀନ ଅତିଥିଙ୍କ ପରିଚୟ ରଖିଥିବାବେଳେ ପ୍ରଧାନ ଆଚାର୍ଯ୍ୟା ମମତା ସିଂହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ଼.ଗଡ଼ ତିଆ ନିଜ ଅଭିଭାଷଣରେ ଶିଶୁଙ୍କର ବିକାଶହିଁ ହେଉଛି ରାଷ୍ଟ୍ରର ବିକାଶ ବୋଲି କହିଥିଲେ । ତତ୍ ସହିତ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଶିକ୍ଷା ପାଇଁ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟକର୍ତ୍ତIଙ୍କ ସହଯୋଗ ପାଇଁ ରାଜ୍ୟରେ ଆମ ଝାରସୁଗୁଡା ଶିକ୍ଷାକ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି କହିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ ଶିଶୁବିକାଶ ବିଦ୍ୟାମନ୍ଦିରର ଶିକ୍ଷଣ ପଦ୍ଧତି ଓ ସଂସ୍କାର ମୂଳକ ଶିକ୍ଷା ଆଜି ଝାରସୁଗୁଡା ପାଇଁ ଏକ ସ୍ୱତନ୍ତ୍ର  ଦୃଷ୍ଟାନ୍ତ ମୂଳକ ବୋଲି ନିଜ ବକ୍ତ ବ୍ୟରେ କହିଥିଲେ । ମୁଖ୍ୟ ଅତିଥି ଡ଼. ଗଡତିଆଙ୍କ ଦ୍ୱାରା ଝାରସୁଗୁଡା ସେତୁ ପତ୍ରିକା ସମ୍ପାଦକ ତଥା ସାରଳା ପୁରସ୍କାର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ବରିଷ୍ଠ ସାହିତ୍ୟିକ ଗଇନ୍ତିଆ ଜମିଉଲ୍ଲ।ଙ୍କୁ ସ୍ଵତନ୍ତ୍ର ଧରଣରେ ମଞ୍ଚ ଉପରେ ସମ୍ମାନୀତ କରିଥିଲେ । ଚଳିତ ଶିକ୍ଷାବର୍ଷରେ ସରକାରୀ ମେଧାବୃତ୍ତିରେ ବିଦ୍ୟାଳୟ ପାଇଁ କୃତିତ୍ୱ ଅର୍ଜନ କରିଥିବା ପଞ୍ଚମ ଶ୍ରେଣୀରେ ସାଇକ୍ରୀଷ୍ଣା ମାଝୀ, ପ୍ରିୟାଂଶୁ ଜେନା, ଭବେଶ କୁମାର ବେହେରା ଓ ତୃତୀୟ ଶ୍ରେଣୀରେ ସ୍ନେହାଶ୍ରୀ ବିଶ୍ୱାଳ, ସ୍ୱୟଂ ପ୍ରଭା ବିଷୋଇ ଆଦିଙ୍କୁ ମଞ୍ଚାସୀନ ଅତିଥି  ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା,

 *ସାଂସ୍କୃତିକ ବିଭାଗ:-* 

 ବାର୍ଷିକ ଉତ୍ସବରେ ଦ୍ଵିତୀୟ ପର୍ଯାୟରେ ବିଦ୍ୟାଳୟର କୁନି କୁନି ଶିଶୁ ଭାଇଭଉଣୀଙ୍କ ଦ୍ୱାରା ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ମନ୍ଦାକିନୀ ମାକର ପରିଚାଳନା କରିଥିଲେ ।ତାଙ୍କ ସହିତ ଉକ୍ତ ଦାୟିତ୍ୱରେ ଥିବା କୁସୁମ ନଇ, ବୀଣାପାଣି ପ୍ରଧାନ, ଯଶୋବନ୍ତୀ ମେହେର, ମୈଥିଲି ସାହୁ, ରଞ୍ଜିତା ନାଏକ, ଚନ୍ଦ୍ରିକା କିସାନ, ଝରଣା ସାହୁ, ଶିବାନୀ ସାହୁ, ଅମୟ ନାଏକ ଆଦି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନାଟକ ମୋବାଇଲ ଫୋନ ଏହି ନାଟକ ଟିକୁ ବିଦ୍ୟାଳୟର ରଶ୍ମି ପ୍ରଭା ବେହେରା, ସଂପୂର୍ଣ୍ଣାପ୍ରିୟ ଦର୍ଶନୀ, ରିସୀମା ପଟେଲ, ପ୍ରଜ୍ଞାନ ପରିଡା, ଭବେଶ ବେହେରା, ସାଇ କ୍ରିଷ୍ଣା ମାଝୀ, ସାଇରାମ ଗଉଡ଼, ପ୍ରିୟାଂଶୁ  ଜେନା ଅତି ଜୀବନ୍ତ ଭାବରେ ଅଭିନୟ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।କାର୍ଯ୍ୟକ୍ରମରେ ଓଡ଼ିଶୀ ପରିବେଷଣ କରିଥିବା ଭଉଣୀ ପ୍ରିୟଙ୍କା ମହାରଣା ସମସ୍ତଙ୍କର ମନକୁ ଜିଣି ନେଇଥିଲେ ।ହଜାର ହଜାର ଲୋକଙ୍କ ସମାଗମରେ କାର୍ଯ୍ୟକ୍ରମ ଅଧିକ ଚିତ୍ତ।କର୍ଷକ ହୋଇପାରିଥିଲା । ବ୍ରଜରାଜନଗର ନାଟ୍ୟଗୁରୁ ବିପିନ ସାହୁଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

 *କାର୍ଯ୍ୟକ୍ରମର ସଫଳତା* :-

କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପଞ୍ଚପଡାର ଗୋବିନ୍ଦ ସାହୁ ଓ ନୀଳ ପାଣ୍ଡେ ଙ୍କର ମହିଳା ସଂକୀର୍ତନ ମଣ୍ଡଳୀ ଅତିଥିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ସଫଳତାର ମୂଳ କାରଣ ସମସ୍ତ ଅଭିଭାବକ ସ୍ଥାନୀୟ ବାସିନ୍ଦାଙ୍କର ସହଯୋଗ ଓ ଆନ୍ତରିକତା ବୋଲି ବିଦ୍ୟାଳୟର କୋଷାଧକ୍ଷ ପ୍ରିୟଙ୍କା ସାହୁ କହିଥିଲେ । କାର୍ଯ୍ୟକ୍ରମରେ ସମୟ ଦେଇ ନିଖୁଣ ଭାବରେ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତା ମଣ୍ଡଳୀ ହେଲେ ସୁଭାଷ ଜୟପୁରିଆ, ପ୍ରେମାନନ୍ଦ ପଟେଲ, ଅଜିତ ମେହେର, ଚନ୍ଦ୍ରକାନ୍ତ ମହାରଣା, ଉଦିତ ପଣ୍ଡା, ଚିତ୍ରସେନ କଣ୍ଟା, କେଶବ ଭୈଷା, ବିକ୍ରମ ବିଶ୍ୱାଳ, ନୀଳ ପାଣ୍ଡେ, ମନୋଜ କୁମାର ପାତ୍ର, ସୁଶୀଲ ନାୟକ, ମନୋଜ କୁମାର ବେହେରା, ଲବ ଖଟୁଆ, ତପନ ମିଶ୍ର, ପ୍ରଦୀପ ମାଝୀ, ସଂକୀର୍ତନ ପଟେଲ, ସନ୍ୟାସୀ ଗଉଡ଼, ମଧୁସ୍ମିତା ନାଏକ, ଗୀତାଞ୍ଜଳି ନାଏକ, ଭୂମିସୁତା ବେହେରା, ଶ୍ରଦ୍ଧାଞ୍ଜଳି ପଡ଼ିହାରୀ, ଲିଲିମା ପଟେଲ ପରିଶେଷରେ ହଜାର ହଜାର ଲୋକଙ୍କ ପ୍ରସାଦ ପ୍ରସ୍ତୁତି ପାଇଁ ମୀରା ନଇ, ସୁରେ ବିଶି, ସବିତା ପାଣ୍ଡେ, ଗୋଲାପୀ ପାଣ୍ଡେ ଙ୍କ ଅବଦାନ କାର୍ଯ୍ୟକ୍ରମର ମୁଖ୍ୟ ରହିଥିଲା । ଏହି ଐତିହାସିକ ସଫଳତା ପାଇଁ ବିଦ୍ୟାଳୟର କୋଷାଧକ୍ଷା ପ୍ରିୟଙ୍କା ସାହୁ ସମସ୍ତ ବର୍ଗର କାର୍ଯ୍ୟକର୍ତ୍ତିlଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଦେଇଥିଲେ