ନିଶା କାରବାର ବିରୋଧରେ ଝାରସୁଗୁଡ଼ା ପୋଲିସର ଜିଲ୍ଲାର ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ, ବିପୁଳ ନିଷିଦ୍ଧ ତମାଖୁ ସାମଗ୍ରୀ ଜବତ


 ନିଶା କାରବାର ବିରୋଧରେ ଝାରସୁଗୁଡ଼ା ପୋଲିସ ଜିଲ୍ଲାର ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ନିଷିଦ୍ଧ ତମାଖୁ ସାମଗ୍ରୀ କଲା ଜବତ | 

ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ତମାଖୁ କାରବାରର ଚେର କାଟିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ସ୍ପେଶାଲ ଅପରେସନ କରାଯାଇଛି। ଜିଲ୍ଲାର କୋଣ ଅନୁକୋଣରେ, ବିଶେଷ କରି ଶିକ୍ଷାନୁଷ୍ଠାନ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକରେ ବୃଦ୍ଧି ପାଉଥିବା ନିଶାଦ୍ରବ୍ୟ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି। କୋଟପା (COTPA) ଆଇନ ଅନୁଯାୟୀ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ପୋଲିସ ପ୍ରାୟ ୧୧୦ ଜଣ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ପ୍ରସିକ୍ୟୁସନ ରିପୋର୍ଟ ଦାଖଲ କରିଛି। ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ସ୍କୁଲ ଓ କଲେଜ ନିକଟସ୍ଥ ଦୋକାନଗୁଡ଼ିକ ଉପରେ ପୋଲିସ କଡ଼ା ନଜର ରଖିଥିଲା। ଏହି ଅଭିଯାନରେ ଝାରସୁଗୁଡ଼ା ଥାନାରେ ସର୍ବାଧିକ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ବଡ଼ମାଲ ଓ ବ୍ରଜରାଜନଗରରେ ୧୩ଟି ଲେଖାଏଁ ମାମଲା ରୁଜୁ ହୋଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ନିଷିଦ୍ଧ ଗୁଟଖା, ସିଗାରେଟ୍ ଓ ତମାଖୁ ସାମଗ୍ରୀ ଜବତ କରାଯାଇଛି। ପୋଲିସ ପକ୍ଷରୁ କେବଳ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଇଛି। ଶିକ୍ଷାନୁଷ୍ଠାନ ପରିସରର ୧୦୦ ଗଜ ମଧ୍ୟରେ ତମାଖୁ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ପୋଲିସ ସ୍ପଷ୍ଟ ଚେତାବନୀ ଦେଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done