କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ


 _ସରକାରଙ୍କ ‘ସୂଚନାଦାତା ପ୍ରୋତ୍ସାହନ ଯୋଜନା’ - ଜିଲ୍ଲାରେ ଯଦି କୌଣସି ସ୍ଥାନରେ ବେଆଇନ ବା ଅଣ-ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଲିଙ୍ଗ ନିରୂପଣ କରାଯାଉଥାଏ, ତେବେ ସେ ସମ୍ପର୍କରେ ସଠିକ୍ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ।_

ଝାରସୁଗୁଡ଼ା  ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ "ପ୍ରାକ-ଗର୍ଭଧାରଣ ଏବଂ ପ୍ରସବ ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଆଇନ" ବା ପିସି ଏବଂ ପିଏନଡିଟି (PC & PNDT) ଆଇନର ସଫଳ ରୂପାୟନ ନିମନ୍ତେ ଏକ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଆଇନର କଡ଼ାକଡ଼ି ଅନୁପାଳନ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସଚେତନ କରାଯିବା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସରକାରୀ ଓକିଲ ଶ୍ରୀମତୀ ବି. ନାଗେଶ୍ୱରୀ, ସହକାରୀ ସରକାରୀ ଓକିଲ ଶ୍ରୀ ସମୀର ମିଶ୍ର, ଅଧିବକ୍ତା ଶ୍ରୀ ଆଶିଷ କୁମାର ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନୀ ପାଢ଼ୀ, ‘ସେହଡ଼ା’ (SEHADA) ସଂଗଠନର ନିର୍ଦ୍ଦେଶିକା ଏବଂ ‘ଏ ସ୍କୋୟାର ହସ୍ପିଟାଲ’ର ନିର୍ଦ୍ଦେଶିକା ଶ୍ରୀମତୀ ବବିତା ରମାନୀ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସମାଜରେ କନ୍ୟା ସନ୍ତାନର ମୂଲ୍ୟ ବୃଦ୍ଧି କରିବା ସହ ଲିଙ୍ଗ ନିରୂପଣ ଭଳି ଅପରାଧକୁ ରୋକିବା ପାଇଁ ସମସ୍ତ ଅଂଶୀଦାରମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଡାକ୍ତର ରାଧାରମଣ ବିର୍ତ୍ତିଆ ପିସି ଏବଂ ପିଏନଡିଟି ଆଇନ ଅନୁଯାୟୀ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକର ନିରୀକ୍ଷଣ ଏବଂ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଡାକ୍ତର ଦୁର୍ଜୟ କୁମାର ଦତ୍ତ ସମାଜରେ କନ୍ୟା ସନ୍ତାନର ସମ୍ମାନ ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଓ ସରକାରୀ ପକ୍ଷର ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶେଷରେ, ଯଦି କୌଣସି ବ୍ୟକ୍ତି ବେଆଇନ ବା ଅଣ-ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କେନ୍ଦ୍ର ବିଷୟରେ ସଠିକ୍ ସୂଚନା ପ୍ରଦାନ କରନ୍ତି, ତେବେ ସରକାରଙ୍କ ‘ସୂଚନାଦାତା ପ୍ରୋତ୍ସାହନ ଯୋଜନା’ ଅଧୀନରେ ସେହି ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା  ହୋଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done