ନବ ଦାସ ପାର୍କ ଓ ଶ୍ରମିକ ଆଶ୍ରୟ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ


 ଝାରସୁଗୁଡ଼ା,ସହରର ଭିତ୍ତିଭୂମି ବିକାଶ ଓ ନାଗରିକ ସୁବିଧା ସୁଯୋଗର ସମୀକ୍ଷା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ନବ ଦାସ ପାର୍କ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ଜିଲ୍ଲାପାଳ ପାର୍କ ସମ୍ମୁଖରେ ଥିବା ପରିତ୍ୟକ୍ତ ଶ୍ରମିକ ଆଶ୍ରୟ ସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ତୁରନ୍ତ ନବୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭବନକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ସମସ୍ତ ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଜିଲ୍ଲାପାଳ ନବ ଦାସ ପାର୍କ ପରିସର ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ଥିବା ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗର ଯାଞ୍ଚ କରିଥିଲେ। ପାର୍କ ମଧ୍ୟରେ ଥିବା ଅଚଳ ଫୁଆରା ଏବଂ ଶିଶୁ ରେଳଗାଡ଼ିର ସ୍ଥିତିକୁ ଦେଖି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ମରାମତି କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରବାସୀଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏହି ପାର୍କର ରକ୍ଷଣାବେକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done