ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ


 ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଞ୍ଚପଡ଼ାସ୍ଥିତ ବୃଦ୍ଧାଶ୍ରମଠାରେ ପ୍ରାତଃ ସମୟରେ ଯୋଗ ଶିବିର ସହିତ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହାପରେ ସ୍ଥାନୀୟ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବରିଷ୍ଠ ନାଗରିକମାନଙ୍କୁ ଅନଲାଇନ୍ ସରକାରୀ ସେବା, ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା, ସାଇବର ଠକାମିରୁ ସୁରକ୍ଷା, ଅଭିଯୋଗ ସମାଧାନ ପୋର୍ଟାଲ୍, ଭତ୍ତା ସେବା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।

ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, "ବୟସ୍କ ନାଗରିକମାନେ ହେଉଛନ୍ତି ଆମ ସମାଜର ପ୍ରକୃତ ସ୍ତମ୍ଭ ଏବଂ ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବରିଷ୍ଠ ନାଗରିକମାନେ ଯେପରି ବିଭିନ୍ନ ସାମାଜିକ ସମସ୍ୟା ଓ ସାଇବର ଠକାମି ଭଳି ପରିସ୍ଥିତିରୁ ଦୂରେଇ ରହିବେ, ସେଥିପାଇଁ ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଜଡ଼ିତ କରି ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି।"

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନ୍ଦା ହାସଦା, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ସୁରମା ପଣ୍ଡା, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ତରଣୀ ବେହେରା, ମୁଖ୍ୟ ବ୍ୟାଙ୍କ ପରିଚାଳକ ସିରପାଣି ନାଏକ ଏବଂ ବରିଷ୍ଠ ନାଗରିକ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ। କନିଷ୍ଠ ସହାୟକ ପ୍ରଜ୍ଞା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଆଦିତ୍ୟ ବାଦୀ, ସୁସ୍ମିତା ଭୋଇ, ପ୍ରଦ୍ୟୁମ୍ନ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done