କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା


 ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’: ୩୧୧ କୋଟି ବ୍ୟୟବରାଦ | 

୨୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ, କିଶୋରୀଙ୍କୁ ମିଳିବ ମାଗଣା ଏଚପିଭି ଟିକା |  

ରାଜ୍ୟ ସରକାର ମହିଳା ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଜରାୟୁ ମୁଖ କର୍କଟ (ସର୍ଭାଇକାଲ କ୍ୟାନସର)ର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାଗଣା ଏଚପିଭି (HPV) ଟିକାକରଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୂତନ ନିୟମାବଳୀ ଅନୁଯାୟୀ, ୧୪ ବର୍ଷରୁ କମ କିଶୋରୀଙ୍କୁ ଟିକାର ଗୋଟିଏ ଡୋଜ୍ ଏବଂ ୧୪ ବର୍ଷରୁ ବିବାହ ପର୍ଯ୍ୟନ୍ତ ଯୁବତୀମାନଙ୍କୁ ତିନୋଟି ଡୋଜ୍ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏବଂ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେବ। ଏହା ବ୍ୟତୀତ ୨୦୨୬-୨୭ ଆର୍ଥିକ ବର୍ଷରୁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ର ଶୁଭାରମ୍ଭ ହେବ। ଏଥିପାଇଁ ରାଜ୍ୟ ବଜେଟରେ ୩୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ସ୍ତନ କର୍କଟ ସମେତ ଅନ୍ୟାନ୍ୟ କର୍କଟ ରୋଗର ପ୍ରାଥମିକ ଚିହ୍ନଟ, ଗ୍ରାମାଞ୍ଚଳରେ ସ୍କ୍ରିନିଂ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ‘ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ଦିଗରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done