ଝାରସୁଗୁଡ଼ା ୮୯.୫% ଦଣ୍ଡବିଧାନ ସହ ରାଜ୍ୟରେ ନମ୍ବର-୧


 ଝାରସୁଗୁଡ଼ାରେ ଦଣ୍ଡବିଧାନ ହାର ୯୦% ।  ରେକର୍ଡ ସମୟରେ ଶିଶୁପୁତ୍ର ଦୁଷ୍କର୍ମ ମାମଲାର ରାୟ ଶୁଣାଣି ହୋଇଛି । ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ଜରିମାନା ଆଦାୟକୁ ଦିଆଯାଇଛି ଗୁରୁତ୍ଵ । ୨୦୨୫ ଅପରାଧ ବର୍ଷରେ ଝାରସୁଗୁଡ଼ାର ଦଣ୍ଡବିଧାନ ହାର  ୮୯.୫% ରହିଛି । ଏଥି ସହିତ ଓଡ଼ିଶାରେ ଅପରାଧିକ ମାମଲାର ଦଣ୍ଡବିଧାନରେ ଜିଲ୍ଲାର ସ୍ଥାନ ରାଜ୍ୟର ଶୀର୍ଷରେ ରହିଛି । ବିଏନଏସ ଆସିବା ପରେ ଦଣ୍ଡବିଧାନ ସୁବିଧା ହେଉଛି । ଅଦାଲତର ଶୁଣାଣି ବେଳେ ପୋଲିସ ଅଧିକରୁ ଅଧିକ ଉପସ୍ଥିତି ଉପରେ ଗୁରୁତ୍ବ ଦିଆଯାଉଛି । ଯାହା ଫଳରେ ତଦନ୍ତର ତ୍ରୁଟି ଜଣାପଡ଼ୁଛି । ଏହାକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଏସ୍‌ପି ଜି.ରାଘବେନ୍ଦ୍ର ରେଡ୍ଡୀ । ସୂଚନା ଅନୁଯାୟୀ, ଜିଲ୍ଲାରେ ଚଳିତ ବର୍ଷ ୪୦୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଅଦାଲତରେ ପହଞ୍ଚିଥିବା ଅଧିକାଂଶ ମାମଲାର ଦଣ୍ଡବିଧାନ ବିଶେଷକରି ଦୁଷ୍କର୍ମ ମାମଲାରେ ଜିଲ୍ଲାର ପ୍ରଦର୍ଶନ ରାଜ୍ୟରେ ଆଗରେ ରହିଛି । ୨୦୨୫ ମସିହା ମାର୍ଚ୍ଚ ମାସରେ ବ୍ରଜରାଜନଗର ଥାନାରେ ରେ ଶିଶୁ ପୁତ୍ର ଦୁଷ୍କର୍ମ ମାମଲାରେ ତଦନ୍ତ କରି ପୋଲିସ୍ ଦୁଇ ମାସ ମଧ୍ୟରେ  ତେଲେନପାଲିର ଅଜୀତ ନାଥକୁ ଏବଂ ତା ମାକୁ ପୋଲିସ୍ ଗିରଫ କରିବା ସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ରେଙ୍ଗାଲି ଥାନାରେ ଜଣେ ଦୃଷ୍ଟିବାଧିତା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୯୦ ଦିନ ମଧ୍ୟରେ ୫୨ ବର୍ଷୀୟ ଗିରିଧାରୀକୁ ପୋଲିସ୍ ଗିରଫ କରି ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ୨୦୨୫ ମସିହାରେ ଦୁଷ୍କର୍ମ ମାମଲାରେ ପୋଲିସ୍ କୁ ଶତପ୍ରତିଶତ ସଫଳତା ମିଳିଛି । ତେବେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତି ବିରୋଧରେ ଜରିମାନା , ଦଣ୍ଡବିଧାନରେ ସମସ୍ତ ଜିଲ୍ଲାରେ ଝାରସୁଗୁଡ଼ା ଜିଲ୍ଲାର ହାର ଆଗରେ ରହିଛି । କିନ୍ତୁ ଚୋରି, ଡକାୟତି, ଠକେଇ ପରି ଅନ୍ୟ ଅପରାଧରେ ଦଣ୍ଡ ବିଧାନ ସନ୍ତୋଷଜନକ ନ ଥିବା ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି ।



Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done