ଝାରସୁଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲପାହାଡ଼ ବନାଞ୍ଚଳ ଦ୍ୱାରା ବୁଧବାର ଦିନ ଜଙ୍ଗଲ ନିଆଁ ପ୍ରତିରୋଧ ଏବଂ ପରିଚାଳନା ଉପରେ ଏକ ଅଭ୍ୟାସମୂଳକ ପ୍ରସ୍ତୁତି କାର୍ଯ୍ୟକ୍ରମ ହୋଇଯାଇଛି। ବେଲପାହାଡ଼ ବନାଞ୍ଚଳର ରେଞ୍ଜ ଅଫିସର ପ୍ରଦୀପ ନାୟକ ଙ୍କ ନେତୃତ୍ବରେ ହୋଇଯାଇଥିବା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ଜିଲ୍ଲା ପରିବେଶ ସମିତିର ସଭାପତି ପ୍ରହ୍ଲାଦ ନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ଲଖନପୁର ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ନାୟକ , ପରିବେଶ ସମିତିର ଆଜୀବନ ସଦସ୍ୟ ବିଜୟ ବେହେରା, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ଜୋନ-୨ ସଦସ୍ୟ ଅକ୍ଷୟ ସାହୁ, ଲଖନପୁର ଜିଲ୍ଲା ପରିଷଦ -୧ ସଦସ୍ୟ ସନତ ସିଂ , ଲଖନପୁର ଫାୟାର ଷ୍ଟେସନ ର ଫାୟାର ଅଫିସର ରଞ୍ଜିତ ଲାକ୍ରା , ଜିଲ୍ଲା ପରିବେଶ ସମିତି ର ସଭ୍ୟ ଗୋବିନ୍ଦ ସାକୁନିଆଁ ,ଲଖନପୁର ସରପଞ୍ଚ ଆରତୀ ପ୍ରଧାନ, ସରପଞ୍ଚ ପଣ୍ଡରି ସୁବାସିନି ସାହୁ, ଆଇଁଲାପାଲି ବନ ସୁରକ୍ଷା ସମିତି ର ପୂର୍ବ ତନ ସଭାପତି ନରୋତ୍ତମ ପ୍ରଧାନ, ଇକୋ କ୍ଲବ ମାଷ୍ଟର ଟ୍ରେନର ହମିଦ କୁମାର ମହାପାତ୍ର, ସମିତି ସଭ୍ୟ ରୋହିତ ଧୁରୁଆ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ ଓ ଲଖନପୁର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଲଖନପୁର ଫାୟାର ଷ୍ଟେସନ, ପୋଲିସ ଲଖନପୁର, ବେଲପାହାଡ଼, ରେଙ୍ଗାଲି , ଓଡ୍ରାଫ ଲଖନପୁର, ମେଡିକାଲ ଅଫିସର ଲଖନପୁର, ଉଦ୍ୟାନ ଓ କୃଷି ବିଭାଗ ଅଫିସର ,ଏସଡିଓ ଇଲେକ୍ଟ୍ରିକାଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଖନପୁର, ରେଞ୍ଜ ଅଫିସର କେନ୍ଦୁପତ୍ର ବେଲପାହାଡ଼, କଦମଡିହି ,ଅଧ୍ୟକ୍ଷ ଲଖନପୁର ବ୍ଲକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିବେଶ ସମିତି ,କାର୍ଯ୍ୟନିର୍ବାହୀ ଅଧିକାରୀ ବେଲପାହାଡ଼ ମ୍ୟୁନିସିପାଲଟି, ପରିବେଶ ଅଧିକାରୀ,ଟିଆରଏଲ କ୍ରୋଶାକୀ ଓ ଏମସିଏଲ, ଲଖନପୁର ଏରିଆ, ସେଲ୍ପ ହେଲ୍ପ ଗୁପର ମହିଳା, ବିଭିନ୍ନ ବନ ସୁରକ୍ଷା ସମିତି ,ଲଖନପୁର ବ୍ଲକ ର ସମସ୍ତ ବେସରକାରୀ ସଂଗଠନ କୁ ନିମନ୍ତ୍ରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଲଖନପୁର ବ୍ଲକ ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଜନ ସଚେତନତା ସୃଷ୍ଟି କରିବା,ନିଆଁ ନିରାକରଣ ପାଇଁ ପ୍ରସ୍ତୁତ ରହିବା ଏବଂ ଜଙ୍ଗଲ ନିଆଁ ରୁ ରକ୍ଷା ପାଇଁବା ପାଇଁ ବିଭିନ୍ନ ବିଭାଗ ତଥା ଗ୍ରାମବାସୀ,ବନ ସୁରକ୍ଷା ସମିତି,ସେଲ୍ପ ହେଲ୍ପ ଗୁପ ସହିତ ସମନ୍ବୟ ରଖି କାର୍ଯ୍ୟ କରିବା । ଅଗ୍ନି ଓ ପ୍ରାଥମିକ ଚିକିତ୍ସା ଉପରେ ପ୍ରଦର୍ଶନ କରିଥିଲେ।ଅତିଥିମାନେ ଜଙ୍ଗଲ ନିଆଁରୁ କିପରି ରକ୍ଷା କରାଯାଇ ପାରିବ ସେ ବିଷୟରେ ନିଜ ନିଜ ମତାମତ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବେଲପାହାଡ ବନାଞ୍ଚଳର ଫରେଷ୍ଟର ଲଲିତ ଅତ,ସରୋଜ ଖମାରୀ, ସଙ୍ଗୀତା ସାମନ୍ତରାୟ, ସୌଦାଗର କିସାନ.ସନ୍ତୋଷ ଗୁରୁ, ପ୍ରଦୀପ ବେସନ.ମୁନି ଦାସ, ଫରେଷ୍ଟ ଗାର୍ଡ ତେଜସ୍ବିନି ସା, ହର୍ଷବର୍ଦ୍ଧନ ମିଶ୍ର, ରୋସନୀ ଟପ୍ପୋ, ରାହୁଲ ବେହେରା, ଲିପି ରାଣୀ କର,ସୁରେନ୍ଦ୍ର ଖମାରୀ, ଭାଗିରଥ୍ବ ପ୍ରଧାନ, ଅନୁପ କୁଜୁର,ଏଫଏମ ୟୁ ର ଟିମ ଲିଡ଼ର ଦିଲିପ ପଧାନ, ଶକ୍ତିମୟ ପୃଷ୍ଟି ,ସୁବ୍ରତ ଛନ୍ଦା, ସୁମନ ବିଶ୍ୱାଳ , ସୁଜିତ ବସ୍ତିଆ , ନିମାଇଁ ବାରିକ ଓ ଟିକେଶ୍ୱରୀ ପଟେଲ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ l


0 Comments