ସାରସମାଲ ସ୍ଥିତ ‘ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ରୁ ହୋଇଥିବା ଚୋରି ଘଟଣାରେ ୨ ଜଣ ଗିରଫ


 ‘ଅପରେସନ ନେତ୍ର’ ରେ ୧୮ ଘଣ୍ଟାରେ ଧରାପଡିଲେ ୨ ଲୁଟେରା | 

ଝାରସୁଗୁଡ଼ା ଜିଲ୍ଲା ପୋଲିସର ‘ଅପରେସନ ନେତ୍ର’କୁ ବଡ଼ ସଫଳତା ମିଳିଛି। ସଦର ଥାନା ଅନ୍ତର୍ଗତ ସରସମାଲ ସ୍ଥିତ ‘ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ରୁ ହୋଇଥିବା ଚୋରି ଘଟଣାର ମାତ୍ର ୧୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ ହୋଇଛି। ପୋଲିସ ୨ ଜଣ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର କରିଛି।

ଏନେଇ ସଦର ଥାନା ରେ ମାମଲା ରୁଜୁ ହେବା ପରେ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ବୈଜ୍ଞାନିକ ପଦ୍ଧତି ଓ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ସିରିଆବଗିଚାର ସୁବୋଧ ସାହୁ  ଏବଂ  ସଞ୍ଜୟ କେଶରୀ । ପୋଲିସ ସେମାନଙ୍କ ନିକଟରୁ ୨ଟି ଇନଭର୍ଟର ବ୍ୟାଟେରୀ, ଏଲଇଡି ଟିଭି, ସିସିଟିଭି ଡିଭିଆର, ଫେସ ରେକଗନିସନ ମେସିନ, ଗୋଟିଏ ସୁନା ଚେନ୍ ଓ ହୀରା ମୁଦି ଜବତ କରିଛି। ଏହାସହ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ ପିକଅପ୍ ଭ୍ୟାନ୍, ଗୋଟିଏ ବାଇକ୍ ଓ କଟର ମେସିନ ମଧ୍ୟ ଜବତ ହୋଇଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ସୂଚନା ମିଳିଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done