ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ନିଯୁକ୍ତି ଫଳାଫଳ ପ୍ରକାଶିତ





 ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ନିଯୁକ୍ତି ଫଳାଫଳ ପ୍ରକାଶିତ | ୧୦୨ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି 

ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ସଂଗଠନ ପକ୍ଷରୁ ବହୁ ପ୍ରତୀକ୍ଷିତ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାର ଚୂଡ଼ାନ୍ତ ତାଲିକା ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଓଡ଼ିଶା ଗୃହରକ୍ଷୀ ବାହିନୀର ମହାସମାଦେଷ୍ଟାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ଏହି ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲାର ମୋଟ ୧୦୨ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରାଯାଇଛି। ଏନେଇ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରାଯାଇଛି।  ସୂଚନା ଅନୁଯାଇ , ଏହି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ପ୍ରାଥମିକ ଅଟେ ଏବଂ ଏହା ଓଡ଼ିଶା ଗୃହରକ୍ଷୀ ଅଧିନିୟମ ଓ ନିୟମାବଳୀ ଅନୁସାରେ ସମ୍ପାଦିତ ହୋଇଛି। ତାଲିକାଭୁକ୍ତ ହୋଇଥିବା ପ୍ରାର୍ଥୀମାନଙ୍କର ପୂର୍ବ ଚରିତ୍ର ଏବଂ ପୃଷ୍ଠଭୂମି ଯାଞ୍ଚ (Character and Antecedent Verification) ରିପୋର୍ଟ ସନ୍ତୋଷଜନକ ହେବା ପରେ ହିଁ ସେମାନଙ୍କୁ ଚୂଡ଼ାନ୍ତ ନିଯୁକ୍ତି ପ୍ରଦାନ କରାଯିବ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଗୃହରକ୍ଷୀ ଭାବରେ ଏହି ନିଯୁକ୍ତିର କାର୍ଯ୍ୟକାଳ ମାତ୍ର ତିନି ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୟନିତ ହୋଇଥିବା ସମସ୍ତ ୧୦୨ ଜଣ ପ୍ରାର୍ଥୀଙ୍କ ପାଇଁ ବିଭାଗ ପକ୍ଷରୁ ରିପୋର୍ଟ କରିବାର ସମୟସୀମା ଧାର୍ଯ୍ୟ କରାଯାଇଛି। ତାଲିକାଭୁକ୍ତ ସମସ୍ତ ପ୍ରାର୍ଥୀ ଆସନ୍ତା ୨୦୨୬ ମସିହା ଫେବୃଆରୀ ମାସ ୬ ତାରିଖ (୦୬.୦୨.୨୦୨୬) ଦିନ ସକାଳ ୭:୩୦ ମିନିଟ୍ ସମୟରେ ଝାରସୁଗୁଡ଼ା ସ୍ଥିତ ସଂରକ୍ଷିତ ଆରକ୍ଷୀ କାର୍ଯ୍ୟାଳୟ (Reserve Police Office) ରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ରିପୋର୍ଟ କରିବାକୁ ସମସ୍ତ ଚୟନିତ ପ୍ରାର୍ଥୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବାବେଳେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ବିଭାଗ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done