ସୂଚନା ଅନୁଯାୟୀ, ଆସନ୍ତା *୧୬ ଏପ୍ରିଲ ୨୦୨୬ ରୁ ୧୫ ମଇ ୨୦୨୬* ପର୍ଯ୍ୟନ୍ତ ଜନଗଣନାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ 'ଗୃହ ତାଲିକାକରଣ ଓ ଗୃହ ଗଣନା' (House listing & Housing Census) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ସାଧାରଣ ଜନତାଙ୍କ ସୁବିଧା ପାଇଁ *୦୧ ଏପ୍ରିଲ ୨୦୨୬ ରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ନିଜସ୍ୱ ଗଣନା (Self Enumeration) ବ୍ୟବସ୍ଥା ଉପଲବ୍ଧ ହେବ*, ଯେଉଁଠାରେ ନାଗରିକମାନେ ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବେ।
ଏହା ଦେଶର ପ୍ରଥମ 'ଡିଜିଟାଲ ଜନଗଣନା' ହୋଇଥିବାରୁ ଏଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀ (ଚାର୍ଜ ଜନଗଣନା ଅଧିକାରୀ) ଏବଂ ଅତିରିକ୍ତ ତହସିଲଦାରମାନଙ୍କୁ (ଅତିରିକ୍ତ ଚାର୍ଜ ଜନଗଣନା ଅଧିକାରୀ) ମୋବାଇଲ ଆପ୍ ବ୍ୟବହାର ଓ 'ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ' (CMMS) ସମ୍ପର୍କରେ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)-ତଥା-ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ବ୍ରଜବନ୍ଧୁ ଭୋଇ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ଡେପୁଟି କଲେକ୍ଟର (ଜନଗଣନା) ଶ୍ରୀମତୀ ଲୋପାମୁଦ୍ରା କାଲୋ ଉପସ୍ଥିତ ରହି କାର୍ଯ୍ୟଧାରା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ନିର୍ଦ୍ଦେଶକ (ଯୋଜନା ଓ ସଂଖ୍ୟାୟନ) ଶ୍ରୀ ଦେବେନ୍ଦ୍ର କୁମାର ମଲ୍ଲିକ, ଶ୍ରୀ ତାରିଣୀ ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ଉମାକାନ୍ତ ସାହୁ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ରବି ରଞ୍ଜନ ପ୍ରଶିକ୍ଷାର୍ଥୀମାନଙ୍କୁ ତଥ୍ୟ ସଂଗ୍ରହର ବୈଷୟିକ ଦିଗ ଉପରେ ତାଲିମ ଦେଇଥିଲେ।


0 Comments