ସମ୍ପ୍ରଦାୟ ଶୌଚାଳୟ ନିର୍ମାଣ ପାଇଁ 1ଲକ୍ଷ 50 ହଜାର ଟଙ୍କା ଥିବା ବେଳେ ₹2.27 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି I ସେହିପରି ଆକାଂକ୍ଷୀ ଶୌଚାଳୟ ପାଇଁ 10 ଲକ୍ଷ ଖର୍ଚ୍ଚ ର ନିର୍ଦେଶାବଳି ଥିବା ବେଳେ 25 ଲକ୍ଷ ଖର୍ଚ୍ଚ କରାଯାଇଛି I ସେହିପରି ଏଲଇଡି ଡିସପ୍ଲେ ବୋର୍ଡ ଲଗାଇବାରେ 20 ଲକ୍ଷ,
ଫଗିଂ ମେସିନ୍ ବାବଦରେ 20 ଲକ୍ଷ, ଯାନବାହନ ₹6 - ₹8 ଲକ୍ଷ ₹48.00 ଲକ୍ଷ (ମୋଟ)
ଦାଣ୍ଡି ମାର୍ଚ୍ଚ ପ୍ରତିମା ନିର୍ମାଣରେ 35 ଲକ୍ଷ, ବଗିଚା ବେଞ୍ଚ ଲଗାଇବାରେ ବେଞ୍ଚ ପ୍ରତି 22,000, ନବ ଦାସ ପ୍ରତିମା ନିର୍ମାଣରେ 20 ଲକ୍ଷ ଟଙ୍କା ଖର୍ଚ କରାଯାଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିବା ନେଇ ଅଭିଯୋଗ ହୋଇଛି I ଏହାସହ ପାଣି ସଂଯୋଗ ବିନା 72 ଟି ଶୌଚାଳୟ ପୌରପରିଷଦ ରେ ସ୍ଥାପନ କରାଯାଇଛି I ଏହା ବ୍ୟତୀତ, ୟୁନିଟ୍ ମୂଲ୍ୟ ସ୍ୱଚ୍ଛ ଭାରତ ମିଶନ (SBM) 2.0 ନିର୍ଦ୍ଦେଶାବଳୀକୁ ପ୍ରତି ଆସନ ପାଇଁ ₹77,000 ରୁ ଅଧିକ ଅତିକ୍ରମ କରିଥିଲା। ଏହାସହ
ବୈଷୟିକ ମଞ୍ଜୁରୀକୁ ବାଇପାସ୍ କରି କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ₹75 ଲକ୍ଷ ଟଙ୍କାର ଏକ ପାର୍କ ନିର୍ମାଣ କରାଯାଇଥିଲା I ଯାହାକି ବିକାଶ ପ୍ରକଳ୍ପ ଆଭ୍ୟନ୍ତରୀଣ ଭୂମି ଏବଂ ଜଳ (ILW) ସଂସ୍ଥାରୁ ଆବଶ୍ୟକୀୟ ବୈଷୟିକ ମଞ୍ଜୁରୀ ବିନା କାର୍ଯ୍ୟକାରୀ କରାଯାଇଥିବା ନେଇ ଅଭିଯୋଗ ହୋଇଛିI
ଏପରିକି ପୂର୍ବତନ ଅଧ୍ୟକ୍ଷ ହରିଶ ଗଣତ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ₹18 ଲକ୍ଷ ଟଙ୍କାର ଏକ ଇନୋଭା ଯାନ କ୍ରୟକୁ ଅଡିଟରମାନେ ନୂତନ ଯାନ କ୍ରୟ ଉପରେ ସରକାରୀ କଟକଣାର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ତେବେ ବିଜେପି ପକ୍ଷରୁ ପୌରାଧ୍ୟକ୍ଷା ରାଣୀ ହାତୀ ନୈତିକତା ଦୃଷ୍ଟିରୁତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି
ଦାବି କରିଛନ୍ତି I ଏହାସହ ଏହି ଦୁର୍ନୀତିର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରି ଆଜି ବିଜେପି ର ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ଅରବିନ୍ଦ ପାଠକ, ଲଳିତ ମାଗର, ବବଲୁ ସିଂ, ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ I


0 Comments