ଅପରେସନର ନେତ୍ର ଅନ୍ତର୍ଗତ ଝାରସୁଗୁଡା ପୋଲିସ ନିଶା ବ୍ୟବସାୟୀ, ଅସାମାଜିକ କାର୍ଯ୍ୟ ଇତ୍ୟାଦି ଉପରେ ସତର୍କ ନଜର ରଖିଥିବା ବେଳେ ବଡମାଲ ପୋଲିସ ଷ୍ଟେସନର ଅଧିକାରୀମାନେ ବୃନ୍ଦାମାଲ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ଏବଂ ଅଭିଯୁକ୍ତ ପାଖରୁ ୧ କିଲୋ ୩୭୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ବଡମାଲ ପୋଲିସ ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନଙ୍କ ନେତୃତ୍ୱରେ ଅପରେସନ ପରେ ଏହି ଜବତ ଏବଂ ଗିରଫ କରାଯାଇଥିଲା । ଏହି ସମ୍ପର୍କରେ ବଡମାଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ତେବେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବଡ଼ମାଳ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ ଅନାଦି ବେହେରା ହୋଇଥିବା ବେଳେ ସେ ବୃନ୍ଦାମାଲ ଗ୍ରାମ ଗଣ୍ଡପଡ଼ାର ବାସିନ୍ଦା । ଅଭିଯୁକ୍ତ ପାଖରୁ ପୋଲିସ୍ ୧ କିଲୋ ୩୭୦ ଗ୍ରାମ ଗଞ୍ଜେଇ ଥିବା ଗୋଟିଏ ପଲିଥିନ୍ ପ୍ୟାକେଟ, ଗୋଟିଏ ରେଡମି ମୋବାଇଲ୍ ଫୋନ୍ ଜବତ୍ କରିଛି ।


0 Comments