ଡିକି ଭାଙ୍ଗି ଟଙ୍କା ଲୁଟେରା ଗ୍ୟାଙ୍ଗ ଠାବ,୨ ଗିରଫ


 ଝାରସୁଗୁଡ଼ା ଟାଉନରେ ଗାଡ଼ିର ଡିକି ଭାଙ୍ଗିବା / କ୍ଷତି ପହଞ୍ଚାଇବା ଏବଂ ନଗଦ ଚୋରି କରିବା ଘଟଣାର ପର୍ଦ୍ଦାଫାଶ କରିଛି ଝାରସୁଗୁଡ଼ା ପୋଲିସ୍ । ତେବେ ଉକ୍ତ ଘଟଣାରେ  ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଝାରସୁଗୁଡ଼ା ପୋଲିସ ଷ୍ଟେସନର ଅଧିକାରୀ ଏବଂ କର୍ମଚାରୀମାନେ ଏକ ଆନ୍ତଃରାଜ୍ୟ ଡିକି ଭାଙ୍ଗିବା ଚୋରି ଗ୍ୟାଙ୍ଗ ସହିତ ଜଡିତ ବ୍ୟକ୍ତିମାନଙ୍କୁ ଗିରଫ କରିଛନ୍ତି । ଝାରସୁଗୁଡ଼ା ପୋଲିସ ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଏହି ମାମଲା ଉପରେ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ପରେ ଚୋରି ସାମଗ୍ରୀ ଜବତ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା । ତେବେ ମାମଲାର ତଦନ୍ତ କରାଯାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ରାଜେଶ କୁମାର ଏବଂ ଅଜୟ କୁମାର ଉତ୍ତର ପ୍ରଦେଶର ସ୍ଥାୟୀ ବାସିନ୍ଦା, ଏବଂ ରାଜେଶ କୁମାର ବର୍ତ୍ତମାନ ଝାରସୁଗୁଡ଼ାର ଗାୟତ୍ରୀ ବିହାର, ପୁରୁଣା ବସ୍ତିରେ ଭଡ଼ାରେ ରହୁଛନ୍ତି । ଜାନୁଆରୀ 2026 ରେ ରାଜେଶ କୁମାର ଅପରାଧ ପାଇଁ ତାଙ୍କ ଗାଁରୁ ଅଜୟ କୁମାରଙ୍କୁ ଡାକିଥିଲେ । ଏହି ପ୍ରକ୍ରିୟାରେ ସେମାନେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଅନ୍ୟାନ୍ୟ ସହର ଅଞ୍ଚଳର ଏଟିଏମ୍ / ବ୍ୟାଙ୍କ ଅଞ୍ଚଳ ନିକଟରେ ଭ୍ରମଣ କରୁଥିଲେ ଏବଂ ସାଧାରଣତଃ ବ୍ୟାଙ୍କକୁ ଯାଉଥିବା ନିରୀହ ଲୋକଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲେ । ଏଟିଏମ୍ ରୁ ଟଙ୍କା ଉଠାଣ କରୁଥିଲେ ଏବଂ ନିଜର ଆର୍ଥିକ ଲାଭ ପାଇଁ ଡିକି ଭାଙ୍ଗି ଚତୁରତାର ସହିତ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଲୁଟୁଥିଲେ । ସେମାନେ ନିଜର ପରିଚୟ ଲୁଚାଇବା ପାଇଁ  ନମ୍ବର ପ୍ଲେଟ୍ ବିନା ଟିଭିଏସ୍ ଆପାଚି ବାଇକ୍ ବ୍ୟବହାର କରୁଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କ ପାଖରୁ ଗୋଟିଏ ମୋବାଇଲ୍ ଫୋନ୍, ନମ୍ବର ପ୍ଲେଟ୍ ବିନା ଗୋଟିଏ ଧଳା ରଙ୍ଗର TVS ଆପାଚି, ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ଏଟିଏମ୍ କାର୍ଡ,ଗୋଟିଏ ବ୍ୟାଙ୍କ ପାସବୁକ୍,  ଡିକି ଭାଙ୍ଗିବା ଉପକରଣ ଆଉ କିଛି 

ଡକ୍ୟୁମେଣ୍ଟ୍ ଜବତ୍ କରାଯାଇଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done