ସ୍ନେହ ସେତୁ ଅଭିଯାନ; ୧୯ତମ ପରିବାରର ପୁନର୍ମିଳନ କରାଇ ମାନବିକତାର ଉଦାହରଣ ସାଜିଲେ ଝାରସୁଗୁଡା ଜିଲ୍ଲାପାଳ

 

ଝାରସୁଗୁଡ଼ା,ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ମାନବିକତାର ଏକ ନିଚ୍ଛକ ଉଦାହରଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଆଜି ୧୯ତମ ଅସହାୟ ବ୍ୟକ୍ତି ଭାବେ ଶ୍ରୀମତୀ ସୋନମତୀ (ସାକେତ କୁମାରୀ) ନିଜ ପରିବାର ସହ ପୁନର୍ମିଳିତ ହୋଇଛନ୍ତି। 

ସୂଚନାଯୋଗ୍ୟ ଯେ, ଗତ ୧୦ ନଭେମ୍ବର ୨୦୨୪ରେ ଲାଇକେରା ପୋଲିସ ଦ୍ୱାରା ଶ୍ରୀମତୀ ସୋନମତୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସ୍ଥିତ ‘ମିଶନ ଆଶ୍ରା-୨’ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଶାସନିକ ତତ୍ତ୍ୱାବଧାନରେ ତାଙ୍କୁ ନିରନ୍ତର ଚିକିତ୍ସା, ମାନସିକ ପରାମର୍ଶ ଏବଂ ସାମାଜିକ ସହାୟତା ଯୋଗାଇ ଦିଆଯାଇଥିଲା। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ସେ ନିଜ ପରିଚୟ ଦେବାକୁ ସକ୍ଷମ ହୋଇଥିଲେ। ମିଶନ ଆଶ୍ରା ଟିମ୍ କଠିନ ପରିଶ୍ରମ କରି ଶେଷରେ ଛତିଶଗଡ଼ର ଜଶପୁର ଜିଲ୍ଲାରେ ତାଙ୍କ ପରିବାରକୁ ଖୋଜି ବାହାର କରିବାରେ ସଫଳ ହୋଇଥିଲେ।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ଏବଂ ମିଶନ ଆଶ୍ରା ଟିମ୍‌ଙ୍କ ଉପସ୍ଥିତିରେ ସୋନମତୀଙ୍କୁ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଥିଲା। 

ଜିଲ୍ଲାପାଳ କହିଥିଲେ, "କୌଣସି ଅସହାୟ ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହ ମିଳାଇବା ଠାରୁ ବଡ଼ ପୁଣ୍ୟ କାମ କିଛି ନାହିଁ। ‘ସ୍ନେହ ସେତୁ’ କେବଳ ଏକ ଅଭିଯାନ ନୁହେଁ, ଏହା ହେଉଛି ଭଲପାଇବା ଏବଂ ବିଶ୍ୱାସର ଏକ ମାଧ୍ୟମ। ଜିଲ୍ଲାର କୌଣସି ବି ଅସହାୟ ବ୍ୟକ୍ତି ଯେପରି ନିଜକୁ ଏକା ଅନୁଭବ ନକରନ୍ତି, ସେଥିପାଇଁ ଆମ ପ୍ରଶାସନ ସର୍ବଦା ତତ୍ପରତାର ସହିତ କାର୍ଯ୍ୟ କରୁଛି।"

ଜିଲ୍ଲାପାଳ ଶ୍ରୀ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏବେ ସୁଦ୍ଧା ୧୯ ଜଣ ବ୍ୟକ୍ତି ନିଜ ଘରକୁ ଫେରିସାରିଛନ୍ତି। ଜିଲ୍ଲାପାଳ ନିଜେ ଏହି ପ୍ରକ୍ରିୟାର ତଦାରଖ କରୁଥିବାରୁ ଏହା ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଅଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done