*ଝାରସୁଗୁଡ଼ା ପୌରପାଳିକାରେ ଭାରତ ସରକାରଙ୍କ ‘ନକ୍ସା’ (NAKSHA) କାର୍ଯ୍ୟକ୍ରମର ସମୀକ୍ଷା


 ଝାରସୁଗୁଡ଼ା ସହରାଞ୍ଚଳର ଜମି ରେକର୍ଡଗୁଡ଼ିକୁ ଅଧିକ ସଠିକ୍, ଅତ୍ୟାଧୁନିକ ଏବଂ ସମନ୍ୱିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପରିବର୍ତ୍ତନକାରୀ ପଦକ୍ଷେପ ‘ନକ୍ସା’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଆଜି ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ସହରାଞ୍ଚଳ ବସବାସ କ୍ଷେତ୍ରରେ ଥିବା ଜମି ସମ୍ପର୍କିତ ତଥ୍ୟର ଅଭାବକୁ ଦୂର କରିବା ପାଇଁ ‘ନକ୍ସା’ କାର୍ଯ୍ୟକ୍ରମ ଜିଓ-ସ୍ପାସିଆଲ୍ ଜ୍ଞାନକୌଶଳ ମାଧ୍ୟମରେ ସଠିକ୍ ଭୂମି ସର୍ବେକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ବୈଠକରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ମଲ୍ଲିକ, ଝାରସୁଗୁଡ଼ା ତହସିଲଦାର ଏବଂ ସମସ୍ତ ୱାର୍ଡ ଅଫିସର ଉପସ୍ଥିତ ରହି ପ୍ରକଳ୍ପର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏହି ସର୍ବେକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସହରବାସୀଙ୍କୁ ଏହାର ସୁଫଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done