ଝାରସୁଗୁଡ଼ା ଜିଲ୍ଲାରେ ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକୀ ଓ ଜାତୀୟ ଯୁବ ଦିବସ ପାଳିତ


 -ଜିଲ୍ଲାର ସମସ୍ତ ବ୍ଲକରେ ୮୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସାମୂହିକ ଗାନ ଓ ସ୍ୱଦେଶୀ ସଂକଳ୍ପ

 ରାଷ୍ଟ୍ରୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକୀ ଓ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତିଟି ବ୍ଲକରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଦ୍ୱାରା ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରାଯିବା ସହ 'ସ୍ୱଦେଶୀ ସଂକଳ୍ପ' ପାଇଁ ଶପଥ ପାଠ କରାଯାଇଛି।


ଏହି ଉପଲକ୍ଷେ ଝାରସୁଗୁଡ଼ା ସ୍ଥିତ କଟାପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଗହଣରେ ସାମୂହିକ "ବନ୍ଦେ ମାତରମ୍" ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ପଦାଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରାଧ୍ୟାପକ ଏବଂ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱଦେଶୀ ସଂକଳ୍ପ ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ, ଏହି ବ୍ୟାପକ ସାମୂହିକ ଗାନ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଅନ୍ତର୍ଗତ ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ। ଯଥାକ୍ରମେ ଝାରସୁଗୁଡ଼ା ବ୍ଲକରେ ମୋଟ ୨୪୫ ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏହି ଉତ୍ସବରେ ଭାଗ ନେଇଥିଲେ। ଜିଲ୍ଲାର ପ୍ରାୟ ୫ ଟି ସରକାରୀ ଓ ୧୭ବେସରକାରୀ ମହାବିଦ୍ୟାଳୟ ଏବଂ ୨ ଟି ପଲିଟେକନିକ୍ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ସମୁଦାୟ ୮୦,୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ବା ଯୁବ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟତା ବୋଧ ଏବଂ ସ୍ୱଦେଶୀ ଚିନ୍ତାଧାରା ଜାଗ୍ରତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done