*ଲଖନପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୨ ଗୋଟି ଅଭିଯୋଗର ଶୁଣାଣି*


 ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ଲଖନପୁର ସ୍ଥିତ ଜନଶୁଣାଣି ପ୍ରକୋଷ୍ଠ ଠାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୭ ଗୋଟି ସାମୂହିକ ଏବଂ ୨୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା।

ଏହି ଶିବିରରେ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିମଧ୍ୟରେ ଜଣଙ୍କୁ ୧୦,୦୦୦ ଟଙ୍କା ଏବଂ ଅନ୍ୟ ଜଣକୁ ୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ଶିବିରରେ ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। କୁଶମେଲ ଗ୍ରାମର ଘର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଦାବି, ସମରବଗା ଠାରେ ମନରେଗା ଯୋଜନାରେ କାର୍ଯ୍ୟ କରି ବକେୟା ମଜୁରୀ ପାଇନଥିବା ସମ୍ବନ୍ଧୀୟ ଅଭିଯୋଗ, ପୀଥିଣ୍ଡାରେ ସ୍ଥାନୀୟ ବନ୍ଧରେ ପାଚେରୀ ନିର୍ମାଣ ନିମନ୍ତେ , ନୂଆ ଛର୍ଲା ଗ୍ରାମର ମାତ୍ର ୫୦୦ ମିଟର ଦୂରତାରେ ହେଉଥିବା ବିସ୍ଫୋରଣ ଯୋଗୁଁ ହେଉଥିବା ଅସୁବିଧା ବିରୋଧରେ ଅଭିଯୋଗ, କୁତ୍ରିପାଳି ଅଞ୍ଚଳରେ ଥିବା କୁଚିଆ ମଦଭାଟି ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ଦାବି,  ଜୋରାବଗା ଠାରେ ଏମ ସି ଏଲ ଲଖନପୁର କ୍ଷେତ୍ର ଦ୍ୱାରା ଜମି ଅଧିଗ୍ରହଣ ସମ୍ପର୍କିତ ବଂଶାବଳୀ ତ୍ରୁଟି ସଂଶୋଧନ ଏବଂ ବକେୟା ଘର ଓ ଜମି କ୍ଷତିପୂରଣ ପ୍ରଦାନ ନିମନ୍ତେ, ଉବୁଡ଼ା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥାନାନ୍ତରଣ ସମ୍ବନ୍ଧୀୟ ସମସ୍ୟା ସମ୍ବନ୍ଧରେ ଶୁଣାଣି ହୋଇଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି କରିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏହାର ତଦନ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done