ସରବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଓ ମା ସରସ୍ଵତୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଚାଳନା ସମିତିର ସଭାପତି ଡଃ ସରୋଜ କୁଅଁର,ସମ୍ପାଦକ ସୁବ୍ରତ ତ୍ରିପାଠୀ ,ଉପସଭାପତି କୃଷ୍ଣଚନ୍ଦ୍ରସାହୁ, ପ୍ରଶାନ୍ତ ଦାଶ, ଅଶୋକ ସାକୁନିଆ, ପ୍ରସନ୍ନ ପୁରୋହିତ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ନେତାଜୀ ଓ ବୀରସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ପୂଜା ସରିବାପରେ ୭୦ଜଣ ଶିଶୁ ମମତା ରାଉଳ ଗୁରୁମାଙ୍କ ସହଯୋଗରେ ଗଡିଛୁଇଁଥିଲେ । ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ପୂଜକ ତରୁଣ ସାହୁ ଓ କର୍ତ୍ତା ପ୍ରିୟାଂଶୁ ସୋହେଲା ପୂଜାକାର୍ଯ୍ୟରେ ଯୋଗଦେଇଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୋଗ ,ଫୁଲ, ଫଳ, ପୁଷ୍ପ, ଧରି ଆସି ମା ସରସ୍ଵତୀ ଙ୍କୁ ପୁଷ୍ପାଞ୍ଜଳି ଦେଇ ଭୋଜି ଖାଇ ବହୁତ ଆନନ୍ଦିତ ହୋଇଥିଲେ। ଅନିତା ଡିଲା, କବିତା ପଟେଲ, ପିଙ୍କି ବରାଳ ପୂଜା ଦାୟିତ୍ଵ ନିର୍ବାହ କରିଥିବାବେଳେ ମିନାକ୍ଷୀ ପଣ୍ଡା ,ସଂଯୁକ୍ତା ମେହେର, ସଂଞ୍ଜନା ସିଂ, ତେଜରାଜ ସାହୁ ସରିତା ପଣ୍ଡା, ପ୍ରଜ୍ଞା ପରମିତା ସ୍ୱାଇଁ, ମମତା ପରିଡା ଓ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |


0 Comments