ଏହି ଅବସରରେ ପ୍ରଥମେ *ଝାରସୁଗୁଡ଼ା ଏୟାରପୋର୍ଟ ଛକ* ରେ ଅବସ୍ଥିତ *ବୀର ସୁରେନ୍ଦ୍ର ସାଏ* ଙ୍କ ପ୍ରତିମା ଓ ପରେ *ଖୀଣ୍ଡା* ଠାରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମଭୁମି ଠାରେ ଥିବା ପ୍ରତିମାରେ ପୁଷ୍ପମାଳ୍ୟାର୍ପଣ କରାଯାଇଥିଲା। ଏହା ସହିତ ତାଙ୍କର ଅମର ବଳିଦାନ, ଦେଶପ୍ରେମ ଓ ଓଡ଼ିଆ ସ୍ୱାଭିମାନକୁ ସ୍ମରଣ କରି ଭାବଗମ୍ଭୀର ସ୍ମୃତିଚାରଣ କରାଯାଇଥିଲା।
ଏହି ପବିତ୍ର ଅବସରକୁ ସ୍ମରଣୀୟ କରିବା ନିମନ୍ତେ ଝାରସୁଗୁଡ଼ା ଯୁବ ଟ୍ରଷ୍ଟର ସଭାପତି ଶ୍ରୀ ଗୋପାଳ ପଟେଲଙ୍କ ସକ୍ଷମ ନେତୃତ୍ୱରେ *ଝାରସୁଗୁଡ଼ା ଏୟାରପୋର୍ଟ ଛକ* ରୁ *ଖୀଣ୍ଡା ଛକ* ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜନ କରାଯାଇଥିଲା।
ଏହି ବାଇକ୍ ରାଲିରେ ଝାରସୁଗୁଡ଼ା ୟୁଥ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ମୋହନ ନାୟକ, ଶ୍ରୀ ଜସ୍ପିନ ନାୟକ, ଶ୍ରୀ ବିବେକ ପଟେଲ, ଶ୍ରୀ ରଜତ ପଟେଲ ଓ ଶ୍ରୀ କମଳଚରଣ ଦାସଙ୍କ ସହିତ ୪୦୦ରୁ ଅଧିକ ସଦସ୍ୟ ଉତ୍ସାହ ଓ ଶୃଙ୍ଖଳାର ସହ ଯୋଗଦେଇଥିଲେ। ବାଇକ୍ ରାଲି ମାଧ୍ୟମରେ *ସହିଦ ସ୍ୱାଧୀନତା ସେନାନୀ ବୀର ସୁରେନ୍ଦ୍ର ସାଏଙ୍କୁ ତ୍ରିରଙ୍ଗା ସମ୍ମାନ* ଜଣାଯାଇଥିଲା।


0 Comments