ଏହି କାର୍ଯ୍ୟଶାଳାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଲୋକମୟୀ ପ୍ରଧାନ, ଆଇନଜୀବୀ ଶ୍ରୀମତୀ ବି. ନାଗେଶ୍ୱରୀ ଏବଂ SEHADA ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଆନନ୍ଦିନୀ ପାଢ଼ି ସମ୍ପଦ ବ୍ୟକ୍ତି ଭାବେ ଯୋଗଦେଇଥିଲେ। ସେମାନେ ଡାହାଣୀ ସନ୍ଦେହ ଜନିତ ହିଂସା ରୋକିବା ପାଇଁ ଥିବା କଠୋର ଆଇନ, ପୀଡ଼ିତାଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ ପଣ୍ଡା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ଯୋଗଦେଇ ଏହି ବ୍ୟାଧି ବିରୋଧରେ ସାମୁହିକ ଲଢ଼େଇ ପାଇଁ ଆହ୍ୱାନ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ପି.ଓ ଶ୍ରୀମତୀ ଯାଜ୍ଞସେନୀ ମହାନନ୍ଦ ପରିଚାଳନା କରିଥିବା ବେଳେ ଜିଲ୍ଲା ନାରୀ ସଶକ୍ତିକରଣ କେନ୍ଦ୍ରର ସଂରକ୍ଷକ ଶ୍ରୀ ଲିଲେଶ୍ୱର ସାହୁ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। କାର୍ଯ୍ୟଶାଳାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ଅଂଶଗ୍ରହଣ କରିଥିଲେ।


0 Comments