ଗଣ୍ଡଘୋରା ହାଇସ୍କୁଲର ପୁରାତନ ଛାତ୍ର ସମାବେଶ


 ବ୍ରଜରାଜନଗର ପୌର ପରିଷଦ ଗଣ୍ଡଘୋରା ଉଚ୍ଚ ବିଦ୍ୟାଳୟ ୨୦୦୧ ବ୍ୟାଚ୍ ର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଣ୍ଡଘୋରା ଫୁଟବଲ୍ ପଡିଆ ଠାରେ ଅନୁଷ୍ଠିତ ହୋଇଛି ।  ସଂଗଠନ ର ସୁନିଲ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ସଂଗଠନ ର ଆଗାମୀ ଦିନରେ ବିଭିନ୍ନ ସମାଜସେବା ଆଦି ଉପରେ ଆଲୋଚନା କରାଯାଇ କିପରି ଏହି ପୁରାତନ ଛାତ୍ର ଛାତ୍ରୀ ସଂଗଠନ ଆଗକୁ ବଢ଼ି ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ତରଫରୁ କେକ କଟାଯାଇ ନାଚ ଗୀତରେ ସମୟ ବିତା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୪ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ । ସୁନିଲ ପ୍ରଧାନ,ସୁଧୀର ପୃସେଠ,ସଞ୍ଜୀବ ପ୍ରଧାନ,ସୁନିଲ ସାହୁ,ଟିକେଶ୍ୱର୍ ରଣା,ଗୋପାଳ ଭୋଇ,ସୁବଳ ବେହେରା,ଅନୀଲ ଭୋଇ,ସେବକରାମ ବଢାଇ,ଘନଶ୍ୟାମ ଖମାରୀ,ସୁଶୀଲ ପ୍ରଧାନ,ଅହଲ୍ୟା ଭୋଇ,ଦୀପିକା ପାଢ଼ୀ,ରଞ୍ଜିତା ପ୍ରଧାନ,ତୁଳସୀ ସାହୁ,ସସ୍ମିତା ସାହୁ,ଖୁଳଣା ବଢାଇ, ସ୍ମିତା ନାଏକ,କବିତା ମିଶ୍ର,ସୁନୀତା ବାରିକ,ନମିତ ବିଶି ସରିତା ପଣ୍ଡା,ଜେମା ସାହୁ ଓ ସରସ୍ୱତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done