ଲଖନପୁର ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ


 ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ଶ୍ରୀ ପିତାମ୍ବର ମିଶ୍ର ଙ୍କ ଆହ୍ବାନ କ୍ରମେ ଲଖନପୁର ଶିଶୁ ମନ୍ଦିର ସ୍ଥିତ  କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ଶ୍ରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ।

      ସଭାରମ୍ଭରେ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ରଚୟିତ ରାଷ୍ଟ୍ର ପ୍ରେମ ଗୀତ "ବନ୍ଦେ ମାତରଂ " ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଗାୟନ କରାଯାଇଥିଲା । ପରେ ଅଞ୍ଚଳରେ ରହିଥିବା କୋଇଲା ଖାଦାନ ଖଣି ଏବଂ ବିଭିନ୍ନ କାରଖାନା ମାନଙ୍କ ମନମୂଖି ତଥା ସେମାନଙ୍କର ଦ୍ବାରା ଅଞ୍ଚଳର ବେକାରୀ ସମସ୍ୟା କୁ ଦୀର୍ଘ ସମୟ ଧରି ଅଣଦେଖା କରିଆସୁଥିବା ସମସ୍ୟା ବିନ୍ଦୁ କୁ ଗମ୍ଭୀର ଭାବରେ ଆଲୋଚନା କରାଯାଇଥିଲା । କମ୍ପାନୀ ମାନଙ୍କ ଅବହେଳା ହେବା ଦ୍ବାରା ଉକ୍ତ ସମସ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ଆମ ଅଞ୍ଚଳ ର ଶହ ଶହ ଜମି ହରାଇଥିବା ବିସ୍ଥାପିତ ପରିବାର ମହାନଦୀ କୋଇଳା କମ୍ପାନୀର ଠକାମି ତଥା ମନମୂଖୂର ଶୀକାର ହୋଇ ସର୍ବସ୍ବାନ୍ତ ହୋଇଛନ୍ତି। ପେରିଫେରି ଅଞ୍ଚଳବାସୀ ବର୍ତ୍ତମାନ ଏହାକୁ ଦ୍ରୁଢ ପ୍ରତିବାଦର ସ୍ୱର ଉତ୍ତୋଳନ ପାଇଁ ବାଧ୍ୟ ବାଧକତାର ପରିସ୍ଥିତି ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହି ସମସ୍ତେ ବୈଠକ ରେ ଏକ ସମ୍ମିଳିତ ସଂକଳ୍ପର ଆହ୍ବାନ କରିଥିଲେ । ଆଗାମୀ ଦିନରେ ଏଥିପ୍ରତି ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗ ପାଖକୁ ଦାବିପତ୍ର ସ୍ମାରକ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । 

      ପରିଶେଷରେ, ଶ୍ରୀ ମିଶ୍ର ଆସନ୍ତା ତା. ୦୪-୦୨-୨୦୨୬ ବୈଠକରେ ଏହି ଦ୍ରୁଢ ସଂକଳ୍ପ କୁ ପୂର୍ଣ୍ଣ ସର୍ବ ଗ୍ରୁହୀତ କରିବା ପାଇଁ ଶେଷ ନିଷ୍ପତ୍ତି ସହ ସଭାକୁ ଶେଷ କରିଥିଲେ ।

 ସଭାରେ ଅନ୍ୟାନ୍ୟ ଭାବେ, ସାଧାରଣ ସମ୍ପାଦକ ଶ୍ରୀ ଭାସ୍କର ଗର୍ଡିଆ ଙ୍କ ସମେତ, ସହଦେବ କାଲୋ, ରାଜେନ୍ଦ୍ର ଭୋଇ, ଜଗନ୍ନାଥ ପଧାନ,ଥଣ୍ଡାରାମ ଡନସନା,କ୍ରୁଷ୍ଣ ଚନ୍ଦ୍ର ମେହେର, ଭଗବାନ ଗର୍ଡିଆ,ଅଷାଡୁ କରାଲି, ଅଶ୍ବିନୀ ସା,ରସିକ କାଲୋ,ତାରାଚନ୍ଦ ବାଗ, ସଞ୍ଜୟ ପଧାନ,ମନୋଜ ଭୋଇ, ବିଦ୍ୟାଧର ବାଗ, ତ୍ରିଲୋଚନ ପଧାନ, ସୁଜିତ ସାହୁ, ବେଦବ୍ୟାସ ରାଉତ,ବିଜୟ ଅହିଣ୍ଡା,ଆଦିତ୍ୟ ନାଏକ, ସୁଜିତ କୁମାର ସାହୁ,ନରେନ୍ଦ୍ର ସା, ରାମଲାଲ ମୁଣ୍ଡା, ଜୟଦେବ ମୁଣ୍ଡା, ପ୍ରମୂଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done