କଲମା ବ୍ୟାରେଜ ଗସ୍ତକଲା ମହାନଦୀ ବଞ୍ଚାଓ ଆନ୍ଦୋଳନ


 କଲମା ବ୍ୟାରେଜ ଗସ୍ତକଲା ମହାନଦୀ ବଞ୍ଚାଓ ଆନ୍ଦୋଳନ l

ପ୍ରତୀକାତ୍ମକ ଭାବରେ ବାଲିବନ୍ଧ ଭାଙ୍ଗିବାକୁ ପ୍ରୟାସ କଲା l

ଉଭୟ ଓଡିଶା ଓ ଛତିଶଗଡ଼ ସରକାରଙ୍କୁ ଜଳ ବିବାଦର ଆଶୁ ସମାଧାନ ପାଇଁ ଦେଲା ସନ୍ଦେଶ l

 ମହାନଦୀ ବଞ୍ଚାଓ ଆନ୍ଦୋଳନ ଛତିଶଗଡ଼ ରେ ଥିବା କଲମା ବ୍ୟାରେଜ ଓ ତାର ତଳ ମୁଣ୍ଡରେ ନିର୍ମିତ ବାଲିବନ୍ଧ କୁ ପରିଦର୍ଶନ କରିବା ସହିତ ପ୍ରତୀକାତ୍ମକ ଭାବରେ ବାଲି ବନ୍ଧ କୁ ଭାଙ୍ଗିଛି l

ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଙ୍କ ନେତୃତ୍ୱରେ ଆନ୍ଦୋଳନକାରି ମାନେ ଓଡିଶା ସୀମାରେ ଥିବା କନକତୋରା ପାଖରୁ ସକାଳ 10 ଟା ସମୟରେ ଛତିଶଗଡ଼ ର କଲମା ବ୍ୟାରେଜ ଅଭିମୁଖେ ଯାତ୍ରା କରିଥିଲେ l

କଲମା ବ୍ୟାରେଜ ର ଗୋଟିଏ ମୁଣ୍ଡରୁ ଆଉ ଏକ ମୁଣ୍ଡ ଏକ ପଦଯାତ୍ରା କରିବା ସହିତ ବ୍ୟାରେଜର ସ୍ଥିତି ଦେଖିଥିଲେ l ବ୍ୟାରେଜ ରେ ଥିବା 66ଟି ଗେଟ ମଧ୍ୟରୁ ମାତ୍ର ଗୋଟିଏ ଗେଟ ଖୋଲାଥିବା ଦେଖିଥିଲେ l ସେହି ଗେଟରୁ ନିଷ୍କାସିତ ପାଣି କୁ ପୁଣିଥରେ ବାଲିବନ୍ଧ ପକାଇ ପାଣିକୁ ଅଟକାଇବା ଦେଖି ପ୍ରତିନିଧି ମଣ୍ଡଳୀ ଚିନ୍ତା ପ୍ରକଟ କରିଥିଲେ l କଲମା ବ୍ୟାରେଜ ପରିଦର୍ଶନ ପରେ ଆନ୍ଦୋଳନ କାରି ମାନେ ବାଲିବନ୍ଧ ନିକଟକୁ ଯାଇ ପ୍ରତୀକାତ୍ମକ ଭାବରେ ତାକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ l ବାଲିବନ୍ଧ ଭାଙ୍ଗିବା କାର୍ଯ୍ୟ ମାଧ୍ୟମରେ ଛତିଶଗଡ ସରକାରଙ୍କୁ ଏକ ଚେତାବନୀ ଦିଆଯାଇଛି ବୋଲି ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l

ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଓ ଛତିଶଗଡ଼ ର ଅନେଜ ସମାଜକର୍ମୀ ଓ ନଦୀ ଆନ୍ଦୋଳନକlରି ଯୋଗ ଦେଇଥିଲେ l ସେମାଙ୍କ ଭିତରେ ଛତିଶଗଡ଼ ର ଜନ ସଂଘର୍ଷ ମୋର୍ଚ୍ଚା ର ରାଜେଶ ଶର୍ମା, ଝାରସୁଗୁଡା କୃଷକ ସଂଗଠନର ପ୍ରବକ୍ତା ବିରଞ୍ଚି ସାହୁ, ହୀରାକୁଦ ବୁଡି ଅଞ୍ଚଳ ସମ୍ପାଦଜ ଗୋପୀନାଥ ମାଝୀ, ସଂକୀର୍ତନ କୁମୁରା, ମୁରବି ମାଝୀ, ସୁରେନ୍ଦ୍ର ମାଝୀ, ତରୁଣ ମାଝୀ,  ବିନୋଦ ବିଶ୍ୱାଳ, ଗୌତମ ସାହୁ, ଚିଦାନନ୍ଦ ଜେନା, ଜଗନ୍ନାଥ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ l

କାର୍ଯ୍ୟକ୍ରମ ଶେଷ ହେଲା ପରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ର କର୍ମକର୍ତା ମାନେ ଚନ୍ଦ୍ରପୁର ର ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ଶର୍ମା, ସରାଙ୍ଗଗଡ଼ର ବିଶିଷ୍ଟ ପରିବେଶବିତ ଡ଼ ପରିବେଶ ମିଶ୍ରଙ୍କୁ ସାକ୍ଷାତ କରି ମହାନଦୀ ଜାଳବିବାଦ ର ସମାଧାନ ଓ ନଦୀର ସୁରକ୍ଷା ପାଇଁ ଭବିଷ୍ୟତର  ମିଳିତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done