ଝାରସୁଗୁଡ଼ା ଷ୍ଟେସନରୁ ଶିଶୁ ଚାଲାଣ ର‍୍ୟାକେଟର ପର୍ଦ୍ଦାଫାସ। ୮ ନାବାଳକ ଉଦ୍ଧାର, ଦଲାଲ ଗିରଫ


 ଝାରସୁଗୁଡ଼ା ଷ୍ଟେସନରୁ ଶିଶୁ ଚାଲାଣ ର‍୍ୟାକେଟର ପର୍ଦ୍ଦାଫାସ। ୮ ନାବାଳକ ଉଦ୍ଧାର, ଦଲାଲ ଗିରଫ। 

 ଝାରସୁଗୁଡ଼ା ରେଳ ଷ୍ଟେସନରେ ପୁଣି ଥରେ ମାନବ ଚାଲାଣର ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ରେଳବାଇ ପୋଲିସ।  ଆରପିଏଫ୍ ପକ୍ଷରୁ ଯାଞ୍ଚ ବେଳେ ତାମିଲନାଡୁ ଚାଲାଣ ହେଉଥିବା ୮ ଜଣ ନାବାଳକଙ୍କୁ ଉଦ୍ଧାର କରାଯିବା ସହ ଏଥିରେ ସମ୍ପୃକ୍ତ ଜଣେ ଦଲାଲକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଷ୍ଟେସନର ପୂର୍ବ ପାର୍ଶ୍ୱ ଫୁଟ୍ ଓଭରବ୍ରିଜ୍ ପାହାଚରେ କିଛି ନାବାଳକ ସନ୍ଦିଗ୍ଧ ଅବସ୍ଥାରେ ବସିଥିବା ଦେଖି ପୋଲିସ ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତ ସନ୍ତୁ କୁମାର ମୁଷର ବିହାରର ଏହି ନାବାଳକମାନଙ୍କୁ କୋଏମ୍ବାଟୁରରେ ଶ୍ରମିକ ଭାବେ ନିୟୋଜିତ କରିବା ପାଇଁ ନେଉଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ରମେଶ ମୁଷର ପିଲାଙ୍କ ପରିବାରବର୍ଗଙ୍କୁ ମାତ୍ର ୨ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇ ବାହାର ରାଜ୍ୟକୁ ପଠାଇବାକୁ ପ୍ରବର୍ତ୍ତାଇଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଆରପି ପକ୍ଷରୁ ଏକ ମାନବ ଚାଲାଣ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସନ୍ତୁକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ସମସ୍ତ ୮ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ହସ୍ତାନ୍ତର କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done