ଜିଲ୍ଲାସ୍ତରୀୟ 'ସ୍ପର୍ଶ' କୁଷ୍ଠ ସଚେତନତା ଅଭିଯାନ ଅନୁଷ୍ଠିତ:


 ଜିଲ୍ଲାସ୍ତରୀୟ 'ସ୍ପର୍ଶ' କୁଷ୍ଠ ସଚେତନତା ଅଭିଯାନ ଅନୁଷ୍ଠିତ: "ଅନ୍ତ ଭେଦଭାବର, ସୁରକ୍ଷା ମର୍ଯ୍ୟାଦାର"

ଝାରସୁଗୁଡ଼ା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମଙ୍ଗଳବଜ଼ାରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ "ସ୍ପର୍ଶ" କୁଷ୍ଠ ସଚେତନତା ଅଭିଯାନ ତଥା କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୁଖ୍ୟ ସନ୍ଦର୍ଭ "ଅନ୍ତ ଭେଦଭାବର, ସୁରକ୍ଷା ମର୍ଯ୍ୟାଦାର" ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା କୁଷ୍ଠ ଅଧିକାରୀ ଡ଼. ରାଧାରମନ ବୀର୍ତ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଷ୍ଠ ରୋଗର କାରଣ, ଏହାର ନିରାକରଣ ଏବଂ ସମାଜରୁ ଏହି ରୋଗ ସମ୍ବନ୍ଧୀୟ ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କୁଷ୍ଠ ରୋଗୀଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ଓ ସେବା ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ବାର୍ତ୍ତାକୁ ଡିପିଇଓ ଶ୍ରୀ ସୁଶାନ୍ତ ବେହେରା ପଠନ କରିଥିବା ବେଳେ ଅନ୍ୟ ଅତିଥିମାନେ କୁଷ୍ଠ ମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସଭାରେ ଏନ ଏଚ୍ଚ ଏମ ଜିଲ୍ଲା ଯୋଜନା ପ୍ରବନ୍ଧକ ଦୀପକ କୁମାର ମହାନ୍ତି, କ୍ରିଷ୍ଣାପ୍ରିୟା ପ୍ରଧାନ, ସଭାପତି ବିପୁଳ ଉପାଧ୍ୟାୟ, ଓକେ ସି ଏଲ  ଜିଲ୍ଲା ସଂଯୋଜକ ବସନ୍ତ କୁମାର ସାହୁ ଏବଂ ଜିଲ୍ଲା କୁଷ୍ଠରୋଗ ପରାମର୍ଶଦାତା ଡ଼. ହରପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ସୋମଦତ୍ତ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚେତନା ପ୍ରଧାନ, ରଞ୍ଜନ କୁମାର ପରିଚ୍ଛା ଏବଂ ଶୁଭକାନ୍ତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅଭିଯାନ ଜରିଆରେ କୁଷ୍ଠ ରୋଗକୁ ନେଇ ସମାଜରେ ଥିବା କୁସଂସ୍କାର ଦୂର କରିବା ପାଇଁ ସଙ୍କଳ୍ପ ନିଆଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done