ବ୍ରଜରାଜନଗର ସ୍ଥିତ ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଆଜି "ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ଚ୍ୟାଲେଞ୍ଜ ୨୦୨୫" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା, ସାଧାରଣ ସଭା ଏବଂ ଓ.ପି.ଏମ୍ ଗାର୍ଲ୍ସ ହାଇସ୍କୁଲର ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାପରେ ପର୍ଯ୍ୟଟନ ସ୍ଥଳୀକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରୀ, ଶିକ୍ଷକ, ବିଭିନ୍ନ ସଂଗଠନର ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିସହ ସଫଳ କ୍ରୀଡ଼ାବିତ୍ ଓ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରହଲ୍ଲାଦ ନାଏକ, ଇ.ଡି.ସି ସଭାପତି ତଥା ଡି.ଇ.ଏସ୍ ସଦସ୍ୟ ତ୍ରିନାଥ ଗୋଏଲ, ଝାରସୁଗୁଡ଼ା ଡି.ଇ.ଏସ୍ ସଦସ୍ୟ ବିଜୟ ବେହେରା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ଯନ୍ତ୍ରୀ ସମ୍ବିତ ମୁଣ୍ଡା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନୂତନଶ୍ରୀ ପଟେଲ, ବରିଷ୍ଠ ସାମ୍ବାଦିକ ଉପନ ସାହୁ, ଜିଲ୍ଲା ଗାଇଡ୍ ଶିକ୍ଷୟିତ୍ରୀ ପ୍ରତିଭା ମହାପାତ୍ର ଏବଂ ବ୍ରଜରାଜନଗର ବନଖଣ୍ଡ ଅଧିକାରୀ ରିଷ୍ନା ଜାମଡାଲିଆଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ପରିବେଶ ସନ୍ତୁଳନ ଓ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱାରୋପ କରିଥିଲେ।


0 Comments