ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଗଣତନ୍ତ୍ର ଦିବସ ସ୍ଥାନୀୟ ପଣ୍ଡ୍ରିପଥର, ରବନା ପଡା up ସ୍କୁଲ ଠାରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହରପ୍ରିୟା ସିଂ ଓ ସ୍ଥାନୀୟ ମାନ୍ୟ ଗଣ୍ୟ ବ୍ୟକ୍ତିତ୍ୱ ଙ୍କ ଉପସ୍ଥିତି ରେ ଇ ଜେ ଭି ଫାଉଣ୍ଡେସନ ର ବରିଷ୍ଠ ସଦସ୍ୟ ଗଙ୍ଗାଧର ମେହେର, ଓ ଜ୍ୟୋତିର୍ମୟୀ ବେହେରା ପତାକା ଉତୋଳନ କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ଗଣତନ୍ତ୍ର ଦିବସ ର ତାତ୍ପଯ୍ୟ ବୁଝାଇଥିଲେ। ବିଦ୍ୟାଳୟ ଟି ସହର ଠୁ ବେଶୀ ଦୂର ରେ ନଥିଲେ ବିଦ୍ୟାଳୟ ଟି ଦୟନୀୟ ସ୍ଥିତି ରେ ଅଛି, ଏଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଥିଲେ, ଉପସ୍ଥିତ ଅଙ୍ଗନ ବାଡ଼ି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା, ଏହି ଅବସର ରେ ସେହି ବିଦ୍ୟାଳୟ ପରିସର ରେ ସ୍ଥାନୀୟ ମୁଣ୍ଡା ପଡା ର କିଛି ନିସହାୟ ଶ୍ରେଣୀ ର ମା, ବାପା, ମାନଙ୍କୁ କମ୍ବଳ ବଣ୍ଟନ କରାଗଲା। ଏହି କାଯ୍ୟ କ୍ରମ ରେ ଇ ଜେ ଭି ଦୀପ୍ତି ବେହେରା, ସୁରଭି ପଟେଲ, ସୁମିତ୍ରା ପଣ୍ଡା, ସସ୍ମିତା ପଟେଲ, ବିନ୍ଦିୟା ନାୟକ, ସୋଭନା ସୋହେଲା, ପ୍ରମୁଖ ଉପସ୍ଥିତଥିବା ସହିତ ସ୍ଥାନୀୟ ପୂର୍ବତନ ସରପଞ୍ଚ ଅନିତା ଷଣ୍ଢ ଓ ବିଦ୍ୟାଳୟ ଓ ଅଙ୍ଗନ ବାଡ଼ି ଦିଦି ମାନେ ଉପସ୍ଥିତ ଥିଲେ।


0 Comments