ସୁଲେହୀରେ ବାଗଡିହି ପୋଲିସ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ଲଇକେରା ଥାନା କ୍ଷେତ୍ରର ବାଗଡିହି ଆଉଟ୍‌ପୋଷ୍ଟ ପୋଲିସ ଦ୍ୱାରା ସୁଲେହୀ ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଲଇକେରା ଥାନା ପ୍ରଭାରୀ ଦିଲୀପ କୁମାର ବେହେରା ଓ ବାଗଡିହୀ ଆଉଟ୍‌ପୋଷ୍ଟ ପୋଲିସ ଅଧିକାରୀ ଦଶରଥ ଟୁଡୁ ସାଇବର ଅପରାଧ, ଫେସବୁକ, ମୋବାଇଲ ଓ ଇଣ୍ଟରନେଟ ମାଧ୍ୟମରେ ଆସୁଥିବା ଭୁଲ ସନ୍ଦେଶ ଓ ଠକେଇରୁ ଦୂରେ ରହିବା ପାଇଁ ସଚେତନ କରିଥିଲେ।

ସଡକରେ ଚାଲିବା ସମୟରେ ସତର୍କତା ଅବଲମ୍ବନ କରିବା, ଯାହା ଦ୍ୱାରା ଦୁର୍ଘଟଣାରୁ ବଞ୍ଚିହେବା ସମ୍ଭବ, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଓ ହେଲମେଟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଯେକୌଣସି ପ୍ରକାରର ଭୁଲ ଲିଙ୍କ ଆର୍ଥିକ କ୍ଷତି ଓ ଠକେଇର ଶିକାର କରାଇପାରେ , ତେଣୁକରି ସଦାବେଳେ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଚିତା ପଟେଲ, ଅଜୟ କୁମାର ଶର୍ମା , କାର୍ତ୍ତିକ ଧୁରୁଆ, ଦୁଃଖବନ୍ଧୁ ଖର୍ସେଲ, କନ୍ଦର୍ପ ପଟେଲ , ସନାତନ ପଟେଲ , ନେତ୍ରମଣି ସେଠ, ରମେଶ ଚନ୍ଦ୍ର ପଟେଲ , ସମୀର ପଟେଲ , ଉଦିତ କୁମାର ନାଏକ, ମୋହିତ ପଟେଲ ସହ ବହୁ ସଂଖ୍ୟକ ଗ୍ରାମବାସୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done