ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ଓ ଆର୍ଥିକ ବିକାଶକୁ ଗତିଶୀଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ପାଇଁ ୯୬ତମ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ବିଭିନ୍ନ ନିବେଶ ପ୍ରସ୍ତାବଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୋଟ ୫ଟି ପ୍ରମୁଖ ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।ପ୍ରାୟ ୧୪୩.୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ଜିଲ୍ଲାର ପ୍ରାୟ ୮୩୩ ଜଣ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅନୁମୋଦିତ ପ୍ରସ୍ତାବଗୁଡ଼ିକ ମଧ୍ୟରେ କେମିକାଲ୍ ଓ ପେଟ୍ରୋକେମିକାଲ୍, ରିଫ୍ରାକ୍ଟ୍ରି ବ୍ରିକ୍ସ, ପ୍ରି-ଷ୍ଟ୍ରେସଡ୍ କଂକ୍ରିଟ୍ ସ୍ଲିପର୍ ଏବଂ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଇଡକୋ ସମ୍ବଲପୁରର ପ୍ରତିନିଧି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ଝାରସୁଗୁଡ଼ା ଓ କୋଲାବିରା ତହସିଲଦାର, ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ, ଜିଏସଟି ବିଭାଗର ଯୁଗ୍ମ କମିଶନରଙ୍କ ପ୍ରତିନିଧି ଏବଂ ଦୀପା ଟିମ୍ର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


0 Comments