ଅସହାୟ ଅବସ୍ଥାରେ ପୋଲିସ ଦ୍ୱାରା ଉଦ୍ଧାର ହୋଇ ଜିଲ୍ଲାରେ ରହୁଥିବା ମହାରାଷ୍ଟ୍ର ନାଗପୁର ଅଞ୍ଚଳର ମାନସିକ ଅସୁସ୍ଥ ମହିଳା ଶ୍ରୀମତୀ କୌଶଲ୍ୟା ବିନାୟକ କୁଟ୍ଟାରମାରେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ "ସ୍ନେହ ସେତୁ" ମାଧ୍ୟମରେ ତାଙ୍କ ପରିବାର ସହ ସୁରକ୍ଷିତ ଭାବେ ପୁନଃମିଳନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୧୯ ଅକ୍ଟୋବର ୨୦୨୨ରେ କୋଲାବିରା ପୋଲିସ ଦ୍ୱାରା ମାଲିଡିହି ଜଗନ୍ନାଥ ମନ୍ଦିର ନିକଟରୁ କୋଲାବିରା ପୋଲିସ ଦ୍ୱାରା କୌଶଲ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ଚିକିତ୍ସା ଓ ରହିବା ପାଇଁ ଏଚ୍. କଟାପାଲି ସ୍ଥିତ ମିଶନ ଆଶ୍ରା-୧ ଠାରେ ଥଇଥାନ କରାଯାଇଥିଲା। ସେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ବୋଲି ଜଣାପଡ଼ିବା ପରେ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ଚନ୍ଦ୍ରପୁରର ବି.ଡି.ଓ. ଶ୍ରୀ ଗଜାନନ ମୁନ୍ଦକରଙ୍କ ସହ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୁଅମାନେ ଝାରସୁଗୁଡ଼ା ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ କୌଶଲ୍ୟାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।


0 Comments