ଦେବ ନିମନ୍ତ୍ରଣରୁ ଆରମ୍ଭ ହେଲା 'ଦୁଲଦୁଲି'ର ପ୍ରସ୍ତୁତି


 ଜିଲ୍ଲାର ସୁନାମଧନ୍ୟ ସାଂସ୍କୃତିକ ମହୋତ୍ସବ "ଦୁଲଦୁଲି-୨୦୨୬"ର ସଫଳ ଆୟୋଜନ ନିମନ୍ତେ ଆଜି ପରମ୍ପରା ଅନୁଯାୟୀ ଜିଲ୍ଲାର ଅଧିଷ୍ଠାତ୍ରୀ ଓ ପ୍ରମୁଖ ଦେବଦେବୀଙ୍କ ପୀଠରେ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଛି। କାର୍ଯ୍ୟକ୍ରମଟି ଯେପରି ସୁରୁଖୁରୁରେ ଏବଂ ସଫଳତାର ସହ ସମ୍ପନ୍ନ ହେବ, ସେଥିପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମିଳିତ ଭାବେ ଶ୍ରୀ ଶ୍ରୀ ଝାଡ଼େଶ୍ୱର ମନ୍ଦିର, ମା' କନକ ଦୁର୍ଗା ମନ୍ଦିର, ମା' ସିଦ୍ଧେଶ୍ୱରୀ ଏବଂ ମା' ରାମଚଣ୍ଡୀ ମନ୍ଦିରକୁ ଯାଇ ଶ୍ରଦ୍ଧାର ସହ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ କରିବା ସହ ଦେବଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଏହି ଶୁଭ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜ ବନ୍ଧୁ ଭୋଇ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ , ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ସେମାନଙ୍କ ସହିତ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ସଂସ୍କୃତି ଅଧିକାରୀ, ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ତାପସ ରୟ ଚୌଧୁରୀ ମଧ୍ୟ ଯୋଗଦେଇଥିଲେ।

ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସ୍ଥାନୀୟ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ "ଦୁଲଦୁଲି" କାର୍ଯ୍ୟକ୍ରମ ଏକ ପ୍ରମୁଖ ମାଧ୍ୟମ। ଆଜି ଦେବଦେବୀଙ୍କ ପାଖରେ କାର୍ଡ ଲାଗି ହେବା ସହ ଏହି ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଆହୁରି ଜୋରଦାର ହୋଇଛି। ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ କାମନା କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done