ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ଏବଂ ଶସ୍ୟ ସଂରକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସରଳ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସ, କୋଲାବିରା ବ୍ଲକ ସ୍ଥିତ ପରମାଣପୁର ପିପିସି (PPC) ପରିଦର୍ଶନ କରି ସେଠାରେ ଚାଲିଥିବା ନିର୍ମାଣାଧୀନ ଧାନ ସଂରକ୍ଷଣ କେନ୍ଦ୍ରର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ନିର୍ମାଣାଧୀନ ପ୍ରକଳ୍ପର ପ୍ରତ୍ୟେକ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ସହ କାର୍ଯ୍ୟର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ଦିନରେ ଚାଷୀମାନେ ଯେପରି ସୁରକ୍ଷିତ ଭାବେ ସେମାନଙ୍କ ଉତ୍ପାଦିତ ଧାନ ସଂରକ୍ଷିତ ରଖିପାରିବେ, ସେଥିପାଇଁ ଏହି ଆବଶ୍ୟକତା ଭିତ୍ତିକ ଭିତ୍ତିଭୂମିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଗସ୍ତ ସମୟରେ ସମବାୟ ସମିତି ସମୂହର ଡେପୁଟି ରେଜିଷ୍ଟ୍ରାର (DRCS) ଏବଂ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିଥିଲେ।


0 Comments