ଉପ-ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିହାରକୁ ଫେରିଲେ ମାନସିକ ଅସୁସ୍ଥ ଟୁନଟୁନ ଓରାମ


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ସମ୍ବେଦନା ଏବଂ "ସ୍ନେହ ସେତୁ" ଅଭିନବ ପ୍ରୟାସ ଯୋଗୁଁ ଜଣେ ନିଖୋଜ ମାନସିକ ଅସୁସ୍ଥ ବ୍ୟକ୍ତି ନିଜ ପରିବାରକୁ ଫେରି ପାଇଛନ୍ତି। ବିହାରର କଟିହାର ଅଞ୍ଚଳର ଟୁନଟୁନ ଓରାମ ନାମକ ଜଣେ ବ୍ୟକ୍ତି ୯ ମାସ ପୂର୍ବେ ପୋଲିସ ଦ୍ୱାରା ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ମିଶନ ଆଶାଲୋକ-୧’ରେ ଚିକିତ୍ସିତ ହେଉଥିଲେ। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସଙ୍କ ବ୍ୟକ୍ତିଗତ ପଦକ୍ଷେପ କ୍ରମେ ଟୁନଟୁନଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ  ଉପସ୍ଥିତିରେ ଟୁନଟୁନଙ୍କୁ ତାଙ୍କ ପରିବାର ସହ ସୁରକ୍ଷିତ ଭାବେ ପୁନଃମିଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ଆରଡିସି, ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ଯେ, "ସ୍ନେହ ସେତୁ" ଅଭିଯାନ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ପରିବାର ଠାରୁ ବିଚ୍ଛିନ୍ନ ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଡ଼ିବା ପାଇଁ ଏହା ଏକ ଅଭିନବ ପ୍ରୟାସ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done