ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବରୁ ଜିଲ୍ଲା ସଭାପତି ହରିଶ ଗଣତ୍ରା ରହିଥିବା ବେଳେ ଆଜି ଉପସଭାପତି ଭାବେ ବ୍ରଜରାଜନଗର ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ସେହିପରି ଝାରସୁଗୁଡ଼ା ପୌରାଞ୍ଚଳ ପାଇଁ ରଘୁନନ୍ଦନ ପାଢ଼ୀ(ପିଣ୍ଟୁ ପାଢ଼ୀ)ଙ୍କୁ ଗୁରୁଦାୟିତ୍ୱ ଦେଇ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଅପରପକ୍ଷରେ ପବନ ସିଂହ ଯାଦବ, ଲକ୍ଷ୍ମଣ ସାହୁ, ଭବାନୀ ସା,ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଙ୍କୁ ବିଭିନ୍ନ ବ୍ଲକର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏଥିସହିତ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ପ୍ରଧାନ, ଅଶୋକ ମାଝୀ, ବାଷୁଦେବ ଭଏଁଷା,ନିର୍ମଳ ସାହୁ,ବନମାଳୀ ଖର୍ସେଲ,ହିତେଶ ଠକ୍କର,ବୀର ମହାପାତ୍ର,ତୁଲେଶ୍ବର ପଟେଲ, ଟିକେଶ୍ବର ସେନାପତି, ଦେବୀପ୍ରସାଦ ମିଶ୍ର,ରବିରତ୍ନ ପଧାନ, ମଧୁସୂଦନ ସିଂହ, ରାଜେନ୍ଦ୍ର ପ୍ରସାଦ ସାହୁ, ପ୍ରମୋଦ କୁମାର ଗର୍ତିଆ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ତେବେ ସମସ୍ତ ମନୋନୀତ କର୍ମକର୍ତ୍ତା ମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଝାରସୁଗୁଡ଼ାର ପୂର୍ବତନ ବିଜେଡି ବିଧାୟିକା ଦିପାଳୀ ଦାସ ଓ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



0 Comments