କୋମାରେ ଥିଲା ପୁଅ । ପୁଅ କୁ ଧରି ପାଞ୍ଚ ଦିନ ପର୍ଯ୍ୟନ୍ତ ମନ୍ଦିର ନିକଟରେ ବସିଥିଲେ ବାପା । ଆଉ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ହେଲା କୃପା , ଆଠ ବର୍ଷର ପୁଅ କୋମାରୁ ଉଠିଲା । ଜଗତର ନାଥ ଜଗନ୍ନାଥଙ୍କ ମହିମା କିଏ ବା ବୁଝି ପାରିବ । ସେ କେତେବେଳେ କେଉଁ ରୂପରେ ଆସି ନିଜ ଭକ୍ତଙ୍କ କଷ୍ଟ ଦୂର କରିବେ ସେ କଥା କିଏ ବା କହି ପାରିବ । ଶ୍ରୀମନ୍ଦିର ସମ୍ମୁଖରେ ଏକ ଚମତ୍କାର ହୋଇଥିଲା କିଛି ଦିନ ପୂର୍ବରୁ । ରାଜସ୍ଥାନ ପାସୱାଡାର ଜଣେ ବ୍ୟକ୍ତି ନିଜ ଆଠ ବର୍ଷର ପୁଅକୁ କୋଲାଇ ଶ୍ରୀମନ୍ଦିର ସମ୍ମୁଖରେ ଗୁହାରି କରିଥିଲେ ମହାପ୍ରଭୁଙ୍କ ସମ୍ମୁଖରେ । ପୁଅ କୋମାରେ ଥିଲେ । ଦେହ ସୁସ୍ଥ ହେଉ ନ ଥିଲା । ବ୍ୟକ୍ତି ଜଣକ ନିଜ ପୁଅକୁ କାଖେଇ ମନ୍ଦିର ସମ୍ମୁଖରେ ପୁଅ କୁ ବଞ୍ଚେଇ ଦେବା ପାଇଁ ଗୁହାରି କରିଥିଲେ । ଆଉ ଏହି ଘଟଣା ଟି ଗତ ନଭେମ୍ବର ୮ ତାରିଖରେ ଭାଇରଲ ହୋଇଥିଲା । ଆଉ ଲୋକେ ଏହାକୁ ଦେଖି ଭାବବିହ୍ବଳ ହୋଇ ଉଠିଥିଲେ । ତେବେ କାଳିଆ କରୁଣା ରୁ ପୁଅ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିବା ବେଳେ ବ୍ୟକ୍ତି ଜଣକ ପୁଅକୁ ନେଇ ପୁଣି ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପହଂଚିଛନ୍ତି । ଏବଂ ବଡ଼ ଠାକୁରଙ୍କ ଆଶୀର୍ବାଦ ରୁ ପୁଅ ସୁସ୍ଥ ହେଉଥିବା କହିଛନ୍ତି ।


0 Comments