GST କାଉନସିଲ ର ୫୬ ତମ ବୈଠକ ରେ GST ସ୍ଲାବ ରେ ବଡ ପରିବର୍ତ୍ତନ କରାଯାଇଛି। ଏଣିକି ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି। ଏହା ବଦଳରେ ଏବେ ଲାଗୁ ହେବ ୫ ଓ ୧୮ ପ୍ରତିଶତ GST ସ୍ଲାବ ।୧୨ ଓ ୨୮ ପ୍ରତିଶତ ଜିଏସଟି ବଦଳରେ ଲାଗୁ ହୋଇଥିବା ନୂଆ ୫ ଓ ୧୮ ପ୍ରତିଶତ GST ସ୍ଲାବ ଯୋଗୁଁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ। ଦେଶରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗି ଥିବା ବେଳେ ମୁଣ୍ଡରେ ଲଗାଇବା ତେଲ, ସାମ୍ପୁ, ସାବୁନ, ସାଇକେଲ, ଟୁଥ୍ପେଷ୍ଟ , ନମକିନ୍, ଭୁଜିଆ, ପାସ୍ତା, ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି, ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍, କ୍ଲିନିକାଲ ଡାଇପର, ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର ଚାଷ କାମରେ ଲାଗୁଥିବା ମେସିନ ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍ ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର ଉପରେ ୫% ଜିଏସଟି ଲାଗିବ। ଏହା ସହିତ , ଏସି ମେସିନ, ଟିଭି, ୱାସିଂମେସିନ, ଛୋଟ କାର,୩୫୦ ସିସିରୁ କମ୍ ମୋଟର ସାଇକେଲ, ସବୁ କାର ପାର୍ଟସ୍ ଉପରେ ୧୮% ଜିଏସଟି ଲାଗିବ।


0 Comments